ମାଗୁରବେଡ଼ା ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି, ଗାଁରେ ପ୍ରଶାସନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ପ୍ରାୟ ୨୪୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଅଭିଯୋଗ ଗୁଡ଼ିକର ସମାଧାନ ସକାଶେ ବ୍ଲକ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଜିପିଇଓ କିଶୋର ଚନ୍ଦ୍ର ମାନସିଂହ ପ୍ରକାଶ କରିଛନ୍ତି । ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ୍‌ ଆସିଷ୍ଟାଣ୍ଟ ରାଜେନ୍ଦ୍ର ବାବୁ, ଜିପିଇଓ କିଶୋର ଚନ୍ଦ୍ର ମାନସିଂହ, ଯୋଗାଣ ଅଧିକାରୀ ସୌମ୍ୟରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ । କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ପଞ୍ଚାୟତ କର୍ତ୍ତୃପକ୍ଷ ସମସ୍ତ ସହଯୋଗ କରିଥିଲେ ।

Leave A Reply

Your email address will not be published.