csstore

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଦିନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଏବଂ ମନ୍ଦିର ପୂଜକ ମାନଙ୍କ ମିଳିତ ତତ୍ତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା ପୂର୍ବକ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଏକାଦଶ କନ୍ଧ ଖଣ୍ଡ ଭାଗବତ ସାମୁହିକ ଭାବରେ ଗାୟନ କରିଥିଲେ । ଏଥିରେ ବ୍ରାହ୍ମଣ ସମାଜର ଗିରିଶ ଚନ୍ଦ୍ର ନାୟକ, ଶଙ୍କର ପ୍ରସାଦ ଦାସ, ମାତୃ ପ୍ରସାଦ ରଥ, ସତ୍ୟନାରାୟଣ ଯୋଷୀ, ଗଣେଶ ଚନ୍ଦ୍ର ନାୟକ, ନବୀନ ଚନ୍ଦ୍ର ନାୟକ, ଶ୍ରବଣ କୁମାର ପୁରୋହିତ, ବୁଲୁ କୁମାର ନାୟକ, ସିଦ୍ଧାର୍ଥ ପାଣିଗ୍ରାହୀ, ରଙ୍କମଣି ଦେବତା, ପ୍ରିତେଶ ମହାପାତ୍ର, ଆକାଶ ପାଣିଗ୍ରାହୀ, ବ୍ରଜ କିଶୋର ପୁରୋହିତ, ମନୋହର ମିଶ୍ର, ଦୁର୍ଯ୍ୟୋଧନ ତ୍ରିପାଠୀ, ଉମାକାନ୍ତ ପୁରୋହିତ, ବିଶ୍ଵ ରଞ୍ଜନ ଦାସ ଅଂଶ ଗ୍ରହଣ କରିଥିଲେ । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.