csstore

ଅଲାତରା ପଞ୍ଚାୟତସ୍ତରୀୟ ମହିଲା ମହାସଙ୍ଗ ତରଫରୁ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ

ମ.ରାମପୁର, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ ମହିଳା ମହାସଙ୍ଘ ତରଫରୁ ଆଜି ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ.ବି.କେ. ମମିତା ସାହୁ, ଅଙ୍ଗନବାଡି ଦିଦି ଇନ୍ଦୁମତି ପୁଟେଲ ଓ ନମିତା ବଗର୍ତ୍ତି, ସି.ଆର.ପି. ପଦ୍ମାବତୀ ରଣା, ପ୍ରାଣୀମିତ୍ର ସରୋଜିନୀ ନାଗ ,ଇସି ସଦସ୍ୟା ସନ୍ତୋସିନୀ ନାଗ, ସବିତା ରଣା, ରଶ୍ମିତା ପଧାନ ,ନିତୁ ଦଣ୍ଡିଆ ,ଆଶା କର୍ମୀ ଗୋଲାପି ବାରିକ ସମେତ ୩୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ୨୦୦ ରୁ ଅଧିକ ମହିଳା ଉପସ୍ଥିତ ରହି ପଦ ଯାତ୍ରା, ସ୍ଲୋଗାନ, ଗ୍ରାମ୍ୟ ପରିକ୍ରମା, ଦସ୍ତଖତ ଅଭିଯାନ ସହ ବିରାଟ ଧରଣର ବୈଠକ କରି ସୁଭଦ୍ରା ଯୋଜନା ବିଷୟରେ ସଚେତନ କରିଥିଲେ । ସେହିପରି ଅଲାତରା ଗ୍ରାମ ପଞ୍ଚାୟତ ସଗାରପାଲି ,କବିଚନ୍ଦ୍ରପୁର, ନର୍ସିଙ୍ଗପୁର, ବୋରିଘାଟ, ପେଣ୍ଡରା , କଛଡେ଼ଙ୍ଗେନ ଗ୍ରାମ ସମେତ ୧୯ ଗୋଟି ଗ୍ରାମ ପଞ୍ଚାୟତରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

jayashree
Leave A Reply

Your email address will not be published.