ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ବିଦ୍ୟାର୍ଥୀଙ୍କୁ ଫାୟାର୍ ମକଡ୍ରିଲ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିସରରେ ଛତ୍ରପୁର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କରାଯାଇ ଅଗ୍ନି ନିର୍ବାପକ ଯନ୍ତ୍ରର ସଦ୍‌ବ୍ୟବହାର, ନିଆଁକୁ କିପରି ଆୟତ୍ତ କରିବା ସଂପର୍କରେ ବିଦ୍ୟାର୍ଥୀମାନଙ୍କୁ ସଚେତନତା କରାଯାଇଥିଲା । ପ୍ରଥମେ ସମସ୍ତ ଫାୟାର କର୍ମଚାରୀଙ୍କୁ ଜରୁରୀକାଳୀନ ବୀରଯୋଦ୍ଧା ଭାବେ ବିଦ୍ୟାଳୟ ତରଫରୁ ସ୍ୱାଗତ ଓ ଅଭିନନ୍ଦନ କରାଯାଇଥିଲା । ଏଲ୍‌.ଏଫ୍‌.ଏମ ସନ୍ତୋଷ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫାୟାର୍ ମେନ୍ ସୁବ୍ରତ କୁମାର ଭୋଇ, ଅମୀୟ କୁମାର ଦାଶ, ସୁବୋଧ ସେନାପତିଙ୍କ ସହଯୋଗରେ ପ୍ରଥମେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ବିପତ୍ତି ଓ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶିଶୁମାନଙ୍କୁ ବୁଝାଇ ଥିଲେ । ପରେ ଉକ୍ତ ବିଭାଗ ତରଫରୁ ବିଭିନ୍ନ ପ୍ରକାର ନିଆଁ ଲିଭା କୌଶଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିରେ ବଞ୍ଚିବାର ପଦକ୍ଷେପ ଦେଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନାଚାର୍ୟ୍ୟ ରବୀନ୍ଦ୍ର ନାଥ ଦାଶ ସଂଯୋଜନା କରିଥିଲେ ।

Leave A Reply

Your email address will not be published.