ବାପା ମା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁ‌ମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏନେଇ ଟ୍ୱିଟ କରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି । ଟ୍ୱିଟ କରି ବିରାଟ କୋହଲି ଲେଖିଛନ୍ତି ଯେ, “ଆମକୁ ଏହି କଥା କହିବାକୁ ବହୁତ ଖୁସି ଲାଗୁଛି କି ଆମର ଝିଅ ହୋଇଛି । ଦୁଇ ଜଣ ଏବେ ଠିକ ଅଛନ୍ତି । ଆପଣ ମାନଙ୍କୁ ଭଲପାଇବା ପାଇଁ ଆମେ ରୁଣି ଅଟୁ । ଏହା ଆମର ସୌଭାଗ୍ୟ କି ଆମକୁ ଏହି ଖୁସି ମିଳିଛି ।”

Leave A Reply

Your email address will not be published.