ସାନଟିକାରେ ନୂଆଁଖାଇ ଭେଟ୍‌ଘାଟ୍‌

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଜଳେଶ୍ୱର ପୀଠ ସାନଟିକାରେ ଆଜାଦ ୟୁଥ କ୍ଳବ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସନ୍ତୋଷ ସାହୁ, ଭାରତୀୟ ବାୟୁସେନାର ଅଧିକାରୀ ରାମଚନ୍ଦ୍ର ସାହୁ, ଦିଲୀପ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନୂଆଁଖାଇ ପର୍ବର ମାହାତ୍ମ୍ୟ ଏବଂ ସାନଟିକା ଗାଁର ଐତିହ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ଏବଂ ସପ୍ତମ ଶ୍ରେଣୀର ଟପ୍ପରଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଥିଲେ ସୌକିଲାଲ ସାହୁ, ପ୍ରଦୀପ ପ୍ରଧାନ ଏବଂ ସମାରୁ ବିଶ୍ୱାଳ । ଯୁବ ଲେଖକ କ୍ଷେତ୍ରବାସୀ ନାଏକ, କିରଣ ନାଏକ ଓ ସୁଶାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶାନ୍ତ ସାହୁ, ବାଳକ ପ୍ରଧାନ, ବାବୁଲୁ ପ୍ରଧାନ, ସୁଶୀଲ ପ୍ରଧାନ, ଲକି ସାହୁ, ବରୁଣ ନାଏକ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.