csstore

ବାଦିବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ନେତାଜୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମେଘୁ ନାଗ ପୌରହିତ୍ୟ କରିଥିବାବେଳେ ଅବସରପ୍ରାପ୍ତ ପ୍ରତିରକ୍ଷା ବିଭାଗ ଅଧିକାରୀ କଷ୍ଟ ତନ୍ତୀ ମୁଖ୍ୟ ଅତିଥି, ଶିକ୍ଷାବିତ ନେପାଳ ବାଗ, ସୁସଂଗଠକ ନୀଳକଣ୍ଠ ସୁନା, ବିଶିଷ୍ଟ ସମାଜସେବୀ ତ୍ରିଲୋଚନ ବାଗ, ନାଟ୍ୟ କଳାକାର ଗାନ୍ଧୀ ନାଗ ଓ ଲିଙ୍ଗ ନାଗ ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗାଁର କୁନି କୁନି କଳାକାରମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ନୃତ୍ୟ ଗୀତ ପରିବେଷଣ କରିଥିଲେ । ବର୍ଷା ହେଉଥିବା ସତ୍ତ୍ୱେ ଗାଁର ବହୁ ଲୋକ ଏହାକୁ ଉପଭୋଗ କରିଥିଲେ । ୨ ଦିନ ଧରି ଅନୁଷ୍ଠିତ କର୍ଯ୍ୟକ୍ରମଟିକୁ ଅଗସ୍ତି ନାଗ, ଅମନ ବାରିକ ସଂଯୋଜନା କରିଥିଲେ । କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ପରେ କ୍ଲବର ନୂତନ କର୍ମକର୍ତ୍ତା ଚୟନକରାଗଲା । ଏଥିରେ ଭାଗ୍ୟବାନ ତାଣ୍ଡି ସଭାପତି, ଶେଷଦେବ ନାଗ ଉପସଭାପତି, ନିତ୍ୟାନନ୍ଦ ସୁନା ସମ୍ପାଦକ, ଆଲୋକ ନାଗ ସହସମ୍ପାଦକ, ଅରମାନ ନାଗ କୋଷାଧ୍ୟକ୍ଷ, ସନ୍ତୋଷ ନାଗ ଲାଇବ୍ରେରୀଏନ୍‌, ସତ୍ୟବାନ ତାଣ୍ଡି ପ୍ରୋଜେକ୍ଟର, ରାଧାକାନ୍ତ ବାଦୀ ସହପ୍ରୋଜେକ୍ଟର ଓ ଅଗସ୍ତି ନାଗ ଗଣମାଧ୍ୟମ ପ୍ରତିନିଧି ଭାବରେ ମନୋନୀତ ହେଲେ । କଣ୍ଠଶିଳ୍ପୀ ରାକେଶ ନାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିକ୍ଷକ ହରିହର ବାଗ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.