ମାତାଲ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ହାତରେ ଲକ୍ଷ୍ମୀ ବସ୍‌ ଷ୍ଟିୟରିଂ

ବେଲପଡା, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍‌ ବ୍ୟବସ୍ଥା ଏବେ ଅବ୍ୟବସ୍ଥାରେ ପଡ଼ିଥିବା ନଜରକୁ ଆସିଛି । ଲକ୍ଷ୍ମୀ ବସ୍‌ରେ ମଦ ପିଇ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ମାତାଲ । ମଦ ପିଇ ଗାଡି ଚଳାଇବାକୁ ଜନସାଧାରଣ ମନା କରିବାରୁ ଲୋକଙ୍କ ସହ ମାର୍‌ପିଟ କରିଥିବା ଜଣାପଡିଛି । ଏଭଳି ଏକ ଘଟଣା ନଜରକୁ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଖୁନ ଗ୍ରାମରେ । ଜଣେ ମଦୁଆ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ପାଇଁ ଆଜି ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସବୁଦିନ ଭଳି ଗତକାଲି ଲକ୍ଷ୍ମୀ ବସ୍‌ ନଂ ଓଡି୦୩ ଏବି ୧୫୬୨ ବେଳପଡାରୁ ବାଗଦୋର ଗ୍ରାମ ପଞ୍ଚାୟତକୁ ଆସୁଥିବା ସମୟରେ କୁମ୍ଭାରଖୁନ ଗ୍ରାମ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ନାଳକୁ ଖସିପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଡ୍ରାଇଭର୍‌କୁ ତାଗିଦ କରିବା ପାଇଁ ବସ ନିକଟକୁ ଯାଇଥିଲେ । ବସ୍‌ ନିକଟରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ମଦ ପିଇ ଗାଡି ଚଳାଉଛନ୍ତି । ଏହା ଦେଖି ସେମାନଙ୍କୁ ପଚାରିବାରୁ ସେମାନେ ଦୁହେଁ ଲୋକଙ୍କ ସହ ଝଗଡା କରିଥିବା ଜଣାପଡିଛି । ପରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଏନେଇ କୌଣସି ଲିଖିତ ଅଭିଯୋଗ ବେଲପଡା ପୋଲିସ ପାଖରେ ନଥିବା ବେଲପଡା ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.