ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ଆଇନ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ । ସୂଚନା କ୍ରମେ, ଅନନ୍ୟା ଚକ୍ରବର୍ତ୍ତୀଙ୍କ ଘର ପଶ୍ଚିମବଙ୍ଗ । ସେ ଆଇନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କଟକ ସିଡିଏ ସେକ୍ଟର ୯ ଠାରେ ଭଡ଼ାରେ ରହୁଥିଲେ । ସୋମବାର ନିଜ ଭଡ଼ା ଘରୁ ଅନନ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ମର୍କତ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅନନ୍ୟାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଅନନ୍ୟାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.