ତିରୁପତିର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ମହାଆଡମ୍ବରରେ ନୂଆଁଖାଇ ପାଳିତ

ତିରୁପତି, (ଗଣେଶ ବାରିକ୍) : କୃଷି ଭିତ୍ତିକ ନୂଆଁଖାଇ ତିହାର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତିରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର ସ୍ଥାନୀୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମିଳିତ ଉଦ୍ୟମରେ ନୂଆଁଖାଇ ପାଳିତ ହୋଇଥିଲା । ମାଁ ସମଲେଶ୍ଵରୀ ଓ ପାଟନେଶ୍ୱରୀ ଫଟୋରେ ପୂଜାର୍ଚ୍ଚନା କରି ପ୍ରଥମେ ଚୁରାକୁଣା ଖୁଆ ଯାଇଥିଲା । ଆଉ ସମସ୍ତେ ପରସ୍ପରକୁ ଜୁହାର କରିଥିଲେ । ପରେ ଏକାଠି ବସି ସମସ୍ତେ ନୂଆଁଖାଇ ଥିଲେ । ନୂଆଁଖାଇ ସାରିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଡାଲଖାଇ, ମାଏଲାଜଡ, ରସରକେଲି ଭଲି ଗୀତରେ ନୃତ୍ୟ କରିଥିଲେ । ସମସ୍ତଙ୍କ ପୋଷକ ରୀତିନୀତିରୁ କୋଶଳାଞ୍ଚଳର ବାସ୍ନା ତିରୁପତିରେ ମହକୁଥିଲା । କେହି ଘରକୁ ଏଥର ନଆସି ତିରୁପତିରେ ନୂଆଁଖାଇ ପାଳନ କରିବା ଏକ ଅନ୍ୟ ଆକର୍ଷଣ ଥିଲା ।

Leave A Reply

Your email address will not be published.