jsm

ମା’ ବାଳକୁମାରୀଙ୍କ ପୀଠରେ ଲିଫ୍ଟ ବ୍ୟବସ୍ଥା ହେବ : ବିଧାୟିକା ଉଷା ଦେବୀ

csstore

ବ୍ରହ୍ମପୁର : ରାଜ୍ୟ ସରକାର ଗଞ୍ଜାମର ବିଭିନ୍ନ ପଯର୍‌ୟଟନ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଚିକିଟି ରାଜ ପରିବାରର ଅଧିଷ୍ଟାତ୍ରୀ ଦେବୀ ମା’ ବାଳକୁମାରୀଙ୍କ କ୍ଷେତ୍ରକୁ ଯାତାୟତ କରିବାରେ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହେବାରେ ଲାଗିଛି । ପାହାଡ଼ ଶିଖରକୁ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଏହି ପୀଠର ଉନ୍ନତି ପାଇଁ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଚିକିଟି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ପ୍ରକାଶ କରିଛନ୍ତି । ଚିକିଟିସ୍ଥିତ ଶ୍ରୀ ବାଲାଜି ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ଦଶମ ବାର୍ଷିକ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ କହିଥିଲେ ଯେ, ସୁନପୁରରୁ ଚିକିଟି ପର୍ୟ୍ୟନ୍ତ ପର୍ୟ୍ୟଟନ କରିଡର ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ଏବଂ ଚିକିଟି ଅଧିଷ୍ଠାତ୍ରୀ ଦେବୀ ମା’ ବାଳକୁମାରୀଙ୍କ ଦର୍ଶନ ନିମନ୍ତେ ବରିଷ୍ଠ ନାଗରିକଙ୍କ ପାଇଁ ଲିଫ୍ଟ ପ୍ରତିଷ୍ଠା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ା.ପି.ସି.ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ସମେତ ପ୍ରାଧ୍ୟାପକ ଡ଼. ଅଲେଖ ଚନ୍ଦ୍ର ପ୍ରଧାନ, ଦୀପକ କୁମାର ପାତ୍ର, ପ୍ରକାଶ ରାଓ ସୁବୁଦ୍ଧି, ଦେବଦ ଚୌଧୁରୀ ପ୍ରମୁଖ ପ୍ରତିଭାଧରଙ୍କୁ ସମ୍ମାନିତ କରାଯାଇଥିଲା । ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା କାର୍ୟ୍ୟକ୍ରମରେ ସଭାପତିତ୍ୱ କରିଥିଲେ

yuvodaya
Leave A Reply

Your email address will not be published.