ଖଣ୍ଡଦେଉଳି ହାଇସ୍କୁଲର ୫୩ ଜଣ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗୁରୁଦିବସ ଅବସରରେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦଶମ ଶ୍ରେଣୀ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଜିଲ୍ଲା ଏବଂ ବ୍ଲକସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥାଏ । ଖୁସିର ବିଷୟ ଖଣ୍ଡଦେଉଳି ହାଇସ୍କୁଲର ଦଶମ ଶ୍ରେଣୀ ପାସ କରିଥିବା ୫୩ ଜଣ ଛାତ୍ରଛାତ୍ରୀ ଗଞ୍ଜାମ ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶାର ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଜେନା, ସମ୍ମାନିତ ଅତିଥି ରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଵାନସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ଉପସ୍ଥିତିରେ ୫୩ ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଗ୍ରହଣ କରିଥିଲେ । ଶୁଭଶ୍ରୀ ଗୌଡ଼ ଗଞ୍ଜାମ ଜିଲ୍ଲା ଏକାଡେମୀକ ପୁରସ୍କାର ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଥିଲେ । ସେହିଭଳି ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଏ୧ ହୋଇଥିବା ବାୟା ବାବୁ ସାହୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭୁବନେଶ୍ୱର ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ସ୍କୁଲର ଏଭଳି କୃତିତ୍ୱ ପାଇଁ ଖଣ୍ଡଦେଉଳି ଅଞ୍ଚଳର ଜନସାଧାରଣ, ଅଭିଭାବକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଡଃ. ଶଙ୍କର ନାରାୟଣ ବେଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.