ଭାଙ୍ଗମୁଣ୍ଡା ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଦୁର୍ଗପୂଜା ପାଇଁ ଗାଇସିଲେଟ ବଜାରପଡା ପରିସରରେ ରାବଣ ବରଣ କରାଯାଇଛି । ଗାଇସିଲେଟ ଗ୍ରାମର ଇସମାଇଲ ମହମ୍ମଦଙ୍କୁ ଏଥର ରାବଣ ଦରବାର ପାଇଁ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ପୁଷ୍ପମାଲ୍ୟ, ନଡିଆ, ସିନ୍ଦୁର ପ୍ରଦାନ କରି ବରଣ କରାଯାଇଥିବା ବେଳେ ତାଙ୍କ ସହ ମନ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ତାଙ୍କ ସହଯୋଗୀ ଅଲେଖ ସାହୁଙ୍କୁ ମଧ୍ୟ ବରଣ କରାଯାଇଛି । ଏହି ଅବସରରେ କଳାକାର ସଂଘର ସଭାପତି ରଞ୍ଜନ ପଣ୍ଡା ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଏ ବର୍ଷ ଦୁର୍ଗାପୂଜା ଭଲ ଭାବରେ କରିବା ପାଇଁ ସବୁ ପ୍ରକାର ସହଜୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପୂଜା କମିଟି ସଭାପତି କୀର୍ତ୍ତି ଚରଣ ସରାପ, ଉପ ସଭାପତି କୈଳାଶ ବେହେରା, ସମ୍ପାଦକ ବିଶ୍ଵ ସାହୁ, କୋଷାଧ୍ୟକ୍ଷ କେଶବ ସାହୁ, ସଦସ୍ୟ ଘନଶ୍ୟାମ ସାହୁ, ଜତୀନ୍ଦ୍ର ସାହୁ, କରୁଣା ପାଣି, ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଜୟ ସାହୁ, ପୁରୁଷୋତ୍ତମ ସାହୁ, ଭୋଟ ସାହୁ, ସୁଦାମ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଇସମାଇଲ ମହମ୍ମଦ ମହାରାଜ ଭୂମିକାରେ ୨୦୧୯ରୁ ରାବଣ ଭୂମିକାରେ ବିଭିନ୍ନ ସ୍ଥାନରେ ଅଭିନୟ କରିଥିବା ବେଳେ ଏ ବର୍ଷ ଭାଙ୍ଗମୁଣ୍ଡା ଦୁର୍ଗାପୂଜା ବେଶ ଜମିବ ବୋଲି ଦର୍ଶକମାନେ ଆଶାବ୍ୟକ୍ତ କରିଛନ୍ତି । ତା୧୨/୧୦/୨୦୨୪ରିଖ ରୁ ତା.୧୫/୧୦/୨୦୨୪ରିଖ ୩ ଦିନ ଧରି ଦୁର୍ଗାପୂଜା କାର୍ଯ୍ୟକ୍ରମ ହେବାକୁ ଯାଉଥିବା ବେଳେ ଏହି ଅବସରରେ ମିନାବାଜର, ଦଣ୍ଡନୃତ୍ୟ, ଅପେରା, ବୈଠକି କୀର୍ତ୍ତନ ଧାରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି କୀର୍ତ୍ତି ଚରଣ ସରାଫ ପ୍ରକାଶ କରିଛନ୍ତି । ୨୫ ବର୍ଷ ଧରି ଦୁର୍ଗାପୂଜା କମିଟି ଅନବରତ ଭାବରେ ଏହି ପୂଜା କରି ଆସୁଥିବା ବେଳେ ଆଗକୁ ଆହୁରି ଭଲ ଭାବରେ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.