ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବୈଠକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ନେଇ ତୃଟିଶୂନ୍ୟ ସଂକ୍ଷିପ୍ତ ଭୋଟର ତାଲିକା କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଏହି ବୈଠକରେ ଅଧ୍ୟକ୍ଷତାରେ କରିଥିଲେ । ଗତ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ଓ ୧୮.୧୦.୨୦୨୪ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବି. ଏଲ୍‌ . ଓ ମାନେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ସହ ଫଟୋ ସମ୍ବନ୍ଧିତ କାର୍ଯ୍ୟକ୍ରମକୁ ତଦାରଖ କରିବେ । ଆସନ୍ତା ୨୦୨୫ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ, ମୃତ୍ୟୁବରଣ କରିଥିବା ଭୋଟରଙ୍କ ନାମ ବାଦ, ଅନୁପସ୍ଥିତି, ବିବାହ ଜନିତ ଅଦଳବଦଳ, ସଠିକ୍‌ ଫଟୋ ଓ ଠିକଣା ସଂଶୋଧନ କରି ଆସନ୍ତା ୨୦୨୫ ଜାନୁଆରୀ ୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହେବ । ଏହା ବ୍ୟତୀତ ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ତାରିଖ ନିର୍ଦ୍ଧାରଣ କରି ଶିବିରର ଆୟୋଜନ ମଧ୍ୟ କରାଯିବ ଓ ଆପତ୍ତି ଅଭିଯୋଗ ଥିଲେ୨୯.୧୦.୨୦୨୪ରୁ ୨୮.୧୧.୨୦୨୪ ମଧ୍ୟରେ ଏହା ଗ୍ରହଣ ହେବ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲାରେ ତଥ୍ୟ ଅନୁସାରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୧୪୧୦ଟି ପୋଲିଂ ବୁଥ୍‌ ସହ ୩୦.୦୮.୨୦୨୪ ପର୍ଯ୍ୟନ୍ତ ୧୨୦୯୦୦୭ ଜଣ ଭୋଟର ତାଲିକାଭୁକ୍ତ ଅଛନ୍ତି ଓ ଏଥିରୁ ୬୦୬୦୬୨ ଜଣ ପୁରୁଷ , ୬୦୨୮୭୭ ଜଣ ମହିଳା ଓ ୬୮ ଜଣ ତୃତୀୟ ଲିଙ୍ଗ ଅଛନ୍ତି । ୧୮ ବର୍ଷ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା କେତେ ଜରୁରୀ ତାହା ଉପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ସହଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭାରପ୍ରାପ୍ତ ଉପଜିଲ୍ଲାପାଳ ଜୟଦେବ ଦାସ, ଡେପୁଟି କଲେକ୍ଟର ଚନ୍ଦ୍ରହାସ୍ୟ ମହାନନ୍ଦିଆ, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ବିବେକାନନ୍ଦ ମହାନନ୍ଦ, ଡି. ଆଇ. ପି. ଆର୍‌.ଓ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ପ୍ରିୟ ରଞ୍ଜନ ସେଠଙ୍କ ସହ ନିର୍ବାଚନ ଶାଖାର କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.