ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟର ସୁଧାର ଆସିଥାଏ । ଏଥିପାଇଁ ତ ସରକାର ସରକାରୀ ଅଫିସ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ବାହାରେ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । ହେଲେ ପଦ୍ମପୁର କୋର୍ଟ କଚେରୀ ପରିଶେଷରେ ଭିତରେ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଅଭିଯାନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ମାଧ୍ୟମରୁ ପକଳ୍ପ କୋଡ ନଂ-XI.02/2022 ରେ ତା-୦୪-୦୧-୨୨ ପ୍ରକଳ୍ପ ପରୀସିମା (ଏକର/ସ୍କେ-ମିଟର-୧୦୦ scmtr ପ୍ରକଳ୍ପର ଅଟକଳ -୨.୯୦.୯୦୦/- ମାତ୍ର କାର୍ଯ୍ୟକାରୀ ସଂସ୍ଥାର ନାମ-ସଂଗୀତା ମିଶନ ଶକ୍ତି ଗୋଷ୍ଠୀ/ଏସ.ଡିଏ) ଶୌଚାଳୟ ଗୃହ ନିର୍ମାଣ କରି ଏବଂ ପାଇଖାନା ପ୍ଲାଷ୍ଟିକ ୨ ବଖରା ଗୃହସ୍ଥାପିତ ହୋଇ ବ୍ୟବହାର ହୋଇଥିଲା । କିଛି ଦୀର୍ଘ ମାସ ଧରି ଶୌଚାଳୟ ଏବଂ ପାଇଖାନା ବନ୍ଦ ଥିବାରୁ ବହୁ ଅସୁବିଧା ସମ୍ମୁଖୀନ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ । ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦରଖାସ୍ତ ପତ୍ର ଟିଏ ଦେଇଛନ୍ତି ।

Leave A Reply

Your email address will not be published.