ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଲଜୀ ପ୍ରସାଦ ପାଣଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭାରେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରାଯାଇଥିଲା । କ୍ରୀଡା ଶିକ୍ଷୟିତ୍ରୀ ନିଲିମା ରାଣୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ର ସଙ୍ଗେ ସଙ୍ଗେ କ୍ରୀଡା କ୍ଷେତ୍ରରେ ମଧ୍ୟ ପାରଙ୍ଗମତା ହାସଲ କରିବା ପାଇଁ ଉଦ୍‌ବୁଦ୍ଧ କରାଗଲା । ଏହି ସଭାକୁ ସଫଳ କରିବା ପାଇଁ ବିଦ୍ୟାଳୟର ଜ୍ୟୋତ୍ସ୍ନା ରାଣୀ ସାହୁ, ମାନସ ରଞ୍ଜନ ଶତପଥୀ, ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ଦୁଷ୍ମନ୍ତ ଛତର ସହଯୋଗ କରିଥିଲେ ।

Leave A Reply

Your email address will not be published.