ବଲାଙ୍ଗିର ମାଲପଡା ନାଗରିକ କମିଟିର ପରିବେଶ ସୁରକ୍ଷା ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ମାସିକ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପରିବେଶ ସୁରକ୍ଷା ଉପରେ ବିଶେଷ ଆଲୋଚନା ମାଧ୍ୟମରେ ୱାର୍ଡ ନଂ ୧୪ ଓ ୧୫ରେ ରାସ୍ତା ନିର୍ମାଣ, ବୃକ୍ଷରୋପଣ ଉପରେ ଆଲୋଚନା ହୋଇଥିଲା । ରାସ୍ତାକଡମାନଙ୍କରେ ବୃକ୍ଷରୋପଣ ଓ ପ୍ରସସ୍ଥିକରଣ, ଡ୍ରେନ ନିର୍ମାଣ ଉପରେ ବିସୃତ ଆଲୋଚନା ମଧ୍ୟ ହୋଇଥିଲା । ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବାକୁ ପ୍ରସ୍ତାବମାନ ଆସିଥିଲା । ରାସ୍ତା ଗୁଡିକ ପିଚୁ କରିବା ପାଇଁ କାଉନସିଲର ମହାଶୟଙ୍କୁ ଅନୁରୋଧ କରାଯାଇଥିଲା । ରାସ୍ତା ନିର୍ମାଣ, ପ୍ରସସ୍ଥିକରଣ, ଡ୍ରେନ ତିଆରି ପାଇଁ ପୌରପାଳିକାଙ୍କ ବିଶେଷ ଅନୁରୋଧ କରାଯିବା ପାଇଁ ସ୍ଥିରହେଲା । ଉକ୍ତ ସଭାରେ ଗୋପବନ୍ଧୁ ପୁରୋହିତ, ପଞ୍ଚାନନ ସେଠ, ଦେବଜିତ ଯୋଷି, ପ୍ରଫେସର ତରୁଣ ମିଶ୍ର, କାଉନସିଲର ମହେନ୍ଦ୍ର ବାଗ, ଦିବାକର ହୋତା, ଆକୁଳ ବେହେରା, ଅନ୍ୟାନ୍ୟ ବହୁ ସଭ୍ୟ ଉପସ୍ଥିତ ଥିଲେ । ପରିଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.