ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମସ୍ୟାର ଅଭିଯୋଗ ଶୁଣାଣୀ ଓ ଏହାର ଆଶୁ ସମାଧାନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା, ଉପ ଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅସୀମ ପଣ୍ଡା ମିଳିତ ଅଭିଯୋଗ ଶୁଣାଣିରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣିର ସମୁଦାୟ ୪୮ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୪୬ଟି ଥିଲା ବେଳେ, ଗ୍ରାମ ଅଭିଯୋଗ ୨ଟି । ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଆବେଦନ ଗୁଡ଼ିକ ଶୁଣାଣି କରି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବି.ଡି.ଓ ତହସିଲଦାର ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.