ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ଓ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷ୍ଣ ଜନ୍ମାଷ୍ଟମୀ, ଯାହା ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ନାମରେ ଜଣାଶୁଣା । ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ଜେଏସଏମ କଲେଜ ଅଫ୍ ଆର୍ଟ, ସାଇନ୍ସ ଏଣ୍ଡ କମର୍ସର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ପୁଣି ଶିକ୍ଷ୍ୟକ ଶିକ୍ଷ୍ୟୟତ୍ରୀମାନଙ୍କ ମଧ୍ୟରେ ଜନ୍ମାଷ୍ଟମୀ ପର୍ବ ପାଲନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ଚେୟାରମେନ୍ ସିଏ ଶ୍ରୀକାନ୍ତ ଶର୍ମା, ଶ୍ରୀମତୀ ସୁମନ ର୍ଶମା, ମୁଖ୍ୟ ଉପଦେଷ୍ଟା ମନରଞ୍ଜନ ସାହୁ ଉପସ୍ଥିତ ରହିଥିଲେ । ପୁଣି ମୁଖ୍ୟ ଅତିଥି ଭାବରେ ଟ୍ୟାକ୍ସ କନ୍ସଲଟେନ୍ସି ଏବଂ ଆଡଭୋକେଟ୍ ଭାବରେ ଅତି ଜଣାଶୁଣା ମହେନ୍ଦ୍ର କୁମାର ଅଗ୍ରୱାଲ ଯୋଗଦାନ କରି ସମସ୍ତଙ୍କୁ କୃଷ୍ଣଙ୍କ ଜୀବନ ଉପରେ ଆଧାରିତ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କୃଷ୍ଣଙ୍କର ଆରତି ପରେ ପରେ ପିଲାମାନେ ଆନେକ ପ୍ରକାର ଭକ୍ତିପୂର୍ଣ୍ଣ ନୃତ୍ୟ, ଗୀତ ପରିବେଷଣ କରିବା ସହିତ ଆପଣା ଆପଣା ଛୋଟ ଛୋଟ ଭାଇଭଉଣୀ ମାନଙ୍କୁ ରାଧାକୃଷ୍ଣ ବସ୍ତ୍ର ପରିଧାନ କରାଇ ଅତି ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ । ପୁଣି ଛାତ୍ରମାନେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା ଯାହାକି ଅତି ଆକର୍ଷଣୀୟ ରହିଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ପୁଣି ଶିକ୍ଷକ ଶିକ୍ଷୟତ୍ରୀ ପୁଣି କଲେଜର ସମସ୍ତ କର୍ମକର୍ତ୍ତାମାନେ ସପୂଂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.