ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ସାଇକ୍ଲୋଥନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ରବିବାର ସକାଳେ ଏକ ସାଇକେଲ ରେଲି ଆୟୋଜିତ ହୋଇଯାଇଛି । ହାଇସ୍କୁଲ ଖେଳ ପଡିଆରେ ସକାଳ ୬.୩୦ ସମୟରେ ବିଭିନ୍ନ ସ୍କୁଲ, କଲେଜ, ଟିଟିଲାଗଡ଼ ଲାୟନ୍ସ କ୍ଲବ, ଟିଟିଲାଗଡ଼ ବଣିକ ସଂଘର ସଦସ୍ୟ ତଥା ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟ ମାନେ ପହଞ୍ଚି ପଞ୍ଜୀକୃତ କରିଥିଲେ । ଏହି ଅବସରରେ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି, ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଉପସ୍ଥିତ ରହି ବେଲୁନ ଉଡ଼ାଇ ଏହି ସାଇକ୍ଲୋଥନ୍‌ର ଶୁଭାରମ୍ଭ କରିଥିଲେ । ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୈନ ପତାକା ଦେଖାଇବା ପରେ ସାଇକେଲ ରେଲି ଆରମ୍ଭ ହୋଇଥିଲା । ଏହି ସାଇକ୍ଲୋଥନ୍‌ରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ଟି-ସାର୍ଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମାରୱାଡି ଯୁବା ମଞ୍ଚର ସଭାପତି ରାଜା କମାନି, ବରିଷ୍ଠ ସଦସ୍ୟ ରିଙ୍କୁ ଅଗ୍ରୱାଲ, ଅମର ଜୈନ, ଅଙ୍କୁର ଅଗ୍ରୱାଲ, ଶ୍ରୀକାନ୍ତ ଅଗ୍ରୱାଲ, ରାକେଶ ଜୈନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ଏହି ସାଇକ୍ଲୋଥନର ମୁଖ୍ୟ ଆକର୍ଷଣ ଥିଲା ଟିଟିଲାଗଡ଼ ଉପଜିଲ୍ଲାପାଳ ରୀହାନ ଖେତ୍ରୀ ନିଜେ ଅନ୍ୟ ସାଇକେଲ ଆରୋହୀଙ୍କ ସହ ମିଶି ସାଇକେଲ ଚଳାଇ ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.