ମହିଳା ସ୍ନାତକ ମହାବିଦ୍ୟାଳୟରେ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ, ମହାବିଦ୍ୟାଳୟର ଦ୍ୱତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଉଭୟ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞ୍ୟାପନ ଶନିବାର ଦିନ ଦିଆଯାଇଛି । ଏହି ସଭାରେ ଅଧ୍ୟକ୍ଷ୍ୟ ରାଜେନ୍ଦ୍ର କୁମାର ପୁରୋହିତ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଭଗବାନ ଗଣେଶଙ୍କ ମୁରତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ, ସଭା ପ୍ରାରମ୍ଭ ହୋଇଥିଲା । ଛାତ୍ରୀ ଡିମ୍ପି, ପାୟଲ, ରୋହିଣୀ ଓ ଗାୟତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଛାତ୍ରୀ ସୁଶ୍ରୀ ଗାୟତ୍ରୀ ମହାଶକ୍ତି ମିଶ୍ର ଓ କାଈନାଥ ବି । ଏହି ସମାରୋହରେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରୀମାନଙ୍କ ମଧ୍ୟରେ ସୁଶ୍ରୀ ନବାଗତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଶ୍ରୀ ତାରିଣୀ ୱେଗାଡ଼ ପ୍ରଥମ ଓ ସୁଶ୍ରୀ କୋଏନା ବାଗ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲେ, ଉକ୍ତ ପ୍ରତିଯୋଗିତା ସୁଶ୍ରୀ ଝରଣା ସିଂ ଠାକୁର ପରିଚାଳନା କରିଥିଲେ । ମଞ୍ଚରେ ପରିଚାଳନା କମିଟି ସଭାପତି ବୃନ୍ଦାବନ ନାଗ, ଅଧ୍ୟକ୍ଷ୍ୟ ରାଜେନ୍ଦ୍ର କୁମାର ପୁରୋହିତ, ଅଧ୍ୟାପକ ସୋମନାଥ ମେହେର, ରାଜୀବ ମେହେର, ଜିତେନ୍ଦ୍ର ସୁନା, ଅଧ୍ୟାପିକା ସୁନନ୍ଦା ରଥ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ନେପାଳ ସେଠି, ଅଧ୍ୟାପିକା ନିରବତୀ ପଧାନ, ଲୀପ ନୀତା ପଧାନ, ଖେଳ ଶିକ୍ଷ୍ୟୟତ୍ରୀ ରଞ୍ଜୁ ବନଛୋର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସଭା ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.