ପାଟଣାଗଡ଼ ପୋଲିସକୁ ବଡ଼ ସଫଳତା : ଅନ୍ତଃରାଷ୍ଟ୍ରୀୟ ଚୋରଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଶ୍ରୀ ବାଲାଜୀ ଜ୍ୱେଲରରୁ ଗତ ୧୪ ତାରିଖରେ ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଦେଖିବା ବାହାନାରେ ଅଭିନବ ଉପାୟରେ ୧୧ହଳ କାନଫୁଲ ଓ କିଛି ରୁପା ଅଳଙ୍କାର ଚୋରି କରି ନେଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପାଟଣାଗଡ଼ ଥାନା ଅଧିକାରିଣୀ ତାରାବତୀ ପଧାନଙ୍କ ନେତୃତ୍ୱରେ ସିସିଟିଭି ଆଧାରରେ ଚୋରଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପାଟଣାଗଡ଼ ପୋଲିସ । ଚୋରମାନେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ହୋଇଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ସୁନା ଦେଖିବା ବାହାନାରେ ଜ୍ୱେଲେରୀରୁ ଚୋରି କରୁଥିଲେ । ଗେଙ୍ଗରେ ତିନିଜଣ ମହିଳା ଓ ଦୁଇଜଣ ପୁରୁଷ ଥିବା ବେଳେ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଓ ରୁପା ଅଳଙ୍କାର, ପାଞ୍ଚୋଟି ମୋବାଇଲ ଫୋନ, ୩୬୩୯୦ ଟଙ୍କା, ମାରୁତି ସ୍ୱିଫ୍ଟ ଡିଜାୟାର କାର ଜବତ କରିବା ସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ । ଏ ବିଷୟରେ ପ୍ରେସମିଟ କରି ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.