oom

ଅଜଣା ରୋଗରେ ୩ ମୃତ : ଭୟଭୀତ ଗ୍ରାମବାସୀ

jsmm

ନବରଙ୍ଗପୁର, (ବିଷ୍ନୁ ପ୍ରସାଦ ବିସୋଇ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡାରେ ୩ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ କହିବାନୁଯାୟୀ ମୃତ୍ୟୁ ହୋଇଥିବା ବ୍ୟକ୍ତି ଥରେ ବା ୨ ଥର କଳା ଝାଡା ଓ ବାନ୍ତି କରିଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ସେଠାକାର ପରିସ୍ଥିତି ଓ ପାଣିର ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରିଛି । ଗ୍ରାମରେ ଝାଡ଼ାବାନ୍ତି ବା ଗୁଣିଗାରେଡି ସନ୍ଦେହ କରି କୋକୁଆ ଭୟ ସୃଷ୍ଟି ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସେନା ଗୁଡାରେ । ଗତ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଡମ୍ବୁରୁ ଅମନାତ୍ୟଙ୍କ ୧୭ ବର୍ଷୀୟ ଝିଅ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ପରାମର୍ଶ ନ ମାନି ସୁସ୍ଥ ହେବା ପୂର୍ବରୁ ଫେରିବା ବେଳେ ମୃତ୍ୟୁବରଣ କରିଥିଲେ । ଜଗବନ୍ଧୁ ନାୟକଙ୍କ ପୁଅ ନରସିଂହ ନାୟକ(୨୫) ମଧ୍ୟ ଝାଡାବାନ୍ତି ହୋଇ ମୃତ୍ୟୁବରଣ କରିଥିଲେ । ପାଖ ଗାଁ ଜଗନ୍ନାଥପୁରରୁ ସେହି ଗ୍ରାମକୁ ଯାଇଥିବା ତୁଲସା ଅମନାତ୍ୟ(୭୦) ମଧ୍ୟ ଝାଡାବାନ୍ତିରେ ସୋମବାର ସକାଳେ ମୃତ୍ୟୁବରଣ କରିବା ପରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେହି ଗ୍ରାମକୁ ଯାଇ ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା ପରଖିବା ସହ ଲୋକଙ୍କୁ ଭଲ ଖାଇବା ଓ ଗରମ ପାଣି ପିଇବା ପାଇଁ ସଚେତନ କରିଛନ୍ତି । ରବିବାର ସନ୍ଧ୍ୟାରୁ ଗ୍ରାମର ଉପେନ୍ଦ୍ର ଅମନାତ୍ୟଙ୍କ ପୁଅ ଶ୍ରୀଧର ଅମନାତ୍ୟଙ୍କୁ ଝାଡାବାନ୍ତି ହେବା ପରେ ଏକ ଗୁଣିଆ ନିକଟକୁ ନେଇ ଘରକୁ ଆଣିବା ପରେ ଡାକ୍ତରୀ ଟିମ୍‌ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବୁଝେଇ ଅସଫଳ ହୋଇ ତାଙ୍କ ଘରେ ଚିକତ୍ସା କରୁଛନ୍ତି । ଗାଁରେ ଗୁଣି ଗାରେଡି ହୋଇଥିବା ସନ୍ଦେହ କରି ଗ୍ରାମବାସୀ ଆତଙ୍କିତ ଥିବା ବେଳେ ଗୁଣିଆ ଆଣି ପୂଜାପାଠ କରିବା ପରେ ଝାଡାବାନ୍ତି ବନ୍ଦ ହେବ ବୋଲି କହୁଛନ୍ତି । ମୃତ୍ୟୁର କାରଣ ଝାଡାବାନ୍ତି ନା ଆଉ କିଛି କାରଣ ଥାଇପାରେ ସେଥି ପାଇଁ ଆକ୍ରାନ୍ତଙ୍କ ଠାରୁ ରେକଟାଲ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି । ରିପୋର୍ଟ ଆସିବା ପରେ ସଠିକ୍‌ ତଥ୍ୟ ମିଳି ପାରିବ ବୋଲି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ନବ କିଶୋର ବେହେରା ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କୁ ସହଯୋଗ ନକରି କେବଳ ଗୁଣିଆ ଏବଂ ଦିଶାରିଙ୍କ ପାଖରେ ପୂଜା ଏବଂ ଚିକିତ୍ସା କରେଇବା ଦ୍ୱାରା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।

jittmm
Leave A Reply

Your email address will not be published.