oom

ଗଞ୍ଜାମ ସହରରେ ବଚପନ୍ ସ୍କୁଲ ଶାଖା ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଆନ୍ତର୍ଜାତୀୟ ସ୍ତରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଚପନ୍ ସ୍କୁଲ ଶାଖା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେଇଯାଇଛି । ଏହି ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଏହି ଶିଶୁ ଅନୁଷ୍ଠାନର ଆନୁଷ୍ଠାନିକ ଉଦ୍‌ଘାଟନ କରି ଏହାର ଶୁଭ କାମନା କରିଥିଲେ । ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଗଞ୍ଜାମ ଏନ୍.ଏ. ସି. ଚେୟାର୍‌ମ୍ୟାନ୍ ପ୍ରତିଭା ପାଢ଼ୀ, ଛତ୍ରପୁର ନଗରପାଳ ପ୍ରତିନିଧି ଆଡଭୋକେଟ୍ କେ. ଚନ୍ଦ୍ର ଶେଖର ରେଡ୍ଡୀ, ରମ୍ଭା ନଗରପାଳ ପ୍ରତିନିଧି ସୁରଜ୍ ସ୍ୱାଇଁ, ଗଞ୍ଜାମ ସହରର ବରିଷ୍ଠ ନାଗରିକ ସଂଘର ସଦସ୍ୟ ମଣ୍ଡଳୀ, ସ୍ଥାନୀୟ ପୋଲିସ ପ୍ରଶାସନ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ନବନିର୍ମିତ ବିଦ୍ୟାଳୟ ପରିସରର ସାଜସଜ୍ଜା ବୁଲି ଦେଖି ଖୁସିବ୍ୟକ୍ତ କରିଛନ୍ତି । ସହରରେ ଏକ ନିର୍ଭରଯୋଗ୍ୟ ଶିଶୁ ଶିକ୍ଷାନୁଷ୍ଠାନ ଖୋଲିବା ଦ୍ୱାରା ଅନେକ ଅଭିଭାବକ ମାନଙ୍କ ଶିଶୁ ମାନେ ଏଠାରେ ପଢ଼ି ଶିଷ୍ଟାଚାର ପ୍ରାପ୍ତ ସହ ବିଶେଷ ଉପକୃତ ହେବେ ବୋଲି ସାଧାରଣରେ କୁହାଯାଇଛି । ବଚପନ୍ ସ୍କୁଲ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଅଜୟ ଗୁପ୍ତା ଯୋଗଦେଇ ସୁଧିଜନଙ୍କୁ ଅନୁଷ୍ଠାନର ଶିକ୍ଷାୟତନର ପଦ୍ଧତି ଓ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ଭାବରେ ଲୋକଙ୍କୁ ବୁଝାଇଛନ୍ତି । ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ଇଞ୍ଜିନିୟର ବିନୋଦ କୁମାର ପାଢ଼ୀ, ପ୍ରମୋଦ କୁମାର ବ୍ରହ୍ମା ଉପସ୍ଥିତ ସମସ୍ତଙ୍କୁ ସାଧୁବାଦର ସହ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.