ଏନ୍‌କାଉଣ୍ଟର୍‌ରେ ୨ ଯବାନ ସହିଦ

ଶ୍ରୀନଗର : ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଜିଲ୍ଲାର କୋକରନାଗ ଅଞ୍ଚଳର ଅହଲାନ ଗଡୋଲେରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ହାବିଲଦାର ଦୀପକ କୁମାର ଯାଦବ ଏବଂ ଲାନ୍ସ ନାୟକ ପ୍ରବୀଣ ଶର୍ମାଙ୍କ ଉପରେ ଗୁଳି ଆକ୍ରମଣରେ ସହିଦ ହୋଇଛନ୍ତି । ଏଥିସହ ୨ ଜଣଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । ତେବେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.