csstore

ଗାଁକୁ ପଶି ଦନ୍ତା ଭାଙ୍ଗିଲା ଘର : ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଗଉଡୁଣୀ ପଡା, ରୁଗୁଡା ଅଂଚଳରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ ପାଇଁ ରାତି ଅନିଦ୍ରା ହେଲେ ଗ୍ରାମବାସୀ । ହାତୀ ଗାଁକୁ ପଶି ଆସିବାରୁ ପିଲାଛୁଆ ଧରି ଘର ଛାଡ଼ି ଯିଏ ଯୁଆଡେ ପଳାଇ ଥିବା ବେଳେ ହାତୀ ଆସି ରୁଗୁଡା ଗ୍ରାମରେ ୪ଟି ଘର ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରି ଥିବାବେଳେ ଗଉଡୁଣୀ ପଡାରେ ୨ଟି ଘର ଭାଙ୍ଗି ନଷ୍ଟ କରିଛି । ସେହିପରି ସାଧୁବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

jayashree
Leave A Reply

Your email address will not be published.