୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ପୋଲିସ ପକ୍ଷରୁ ମଥୁରା ଗ୍ରାମରେ ଚଢାଉ କରି କୋଡାସାହିରେ ଚାଲିଥିବା ବେଆଇନ ମଦ ଭାଟି ନଷ୍ଟ କଲା ପୋଲିସ । ଏହି ବେଆଇନ ମଦ ଭାଟିରୁ ପ୍ରାୟ ୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଆଉ ୨ ଜଣ ଫେରାର୍ ମାରିଛନ୍ତି । ସୂଚନାନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ମଥୁରା ଗ୍ରାମରେ ବେଆଇନ ଭାବେ ମଦ ଭାଟି ଚାଲିଥିବା ନେଇ ଖବର ପାଇଥିଲେ । ଏହାପରେ ଏକ ଟିମ୍ ଗଠନ କରି ଉକ୍ତ ଗ୍ରାମରେ ଚଢାଉ କରିଥିଲେ । ଚଢାଉ ବେଳେ ମଥୁରା ଗ୍ରାମର କୋଡା ସାହିରେ ଏକ ମଦ ଭାଟି ଚାଲିଥିବା ଦେଖିଥିଲେ । ଏହି ମଦ ଭାଟିରୁ ପ୍ରାୟ ୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା ପୋଲିସ । ଏହି ମଦ ଭାଟି ଚଳାଉଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ସନ୍ତୋଷ ମିଦ୍ଧାକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲେ । ତେବେ ଆଦର୍ଶ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

Leave A Reply

Your email address will not be published.