ବୈପାରିଗୁଡା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି : ବିଧାୟକ ସମସ୍ୟାର ସମାଧାନ କରିବା ନେଇ ବିଡିଓଙ୍କୁ ଦେଲେ ଆଦେଶ

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ବୈପାରିଗୁଡା ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣି ତାହାର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିବା ଜଣାପଡିଛି । ବୈପାରିଗୁଡା ବିଡିଓ ଭାସ୍କର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ କୋରାପୁଟ ବିଧାୟକ ରଘୁରାମ ମାଛ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ସରପଂଚ ସୂର୍ଯ୍ୟମଣି ନାୟକ, ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ବିଭାଗର ସରକାରୀ କର୍ମଚାରୀମାନେ ମଧ୍ୟ ଏହି ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପଂଚାୟତର ବିଭିନ୍ନ ଗ୍ରାମରୁ ୫୩ଟି ଅଭିଯୋଗ ପତ୍ର ଆସିଥିବା ବେଳେ ସେହି ସମସ୍ୟା ଗୁଡିକ ଅଳ୍ପଦିନ ଭିତରେ ସମାଧାନ କରାଯିବ ବୋଲି ବୈପାରିଗୁଡା ବିଡିଓ ଭାସ୍କର ଚନ୍ଦ୍ର ସାହୁ କହିଥିଲେ । ମୁଖ୍ୟତଃ ପଂଚାୟତରେ ପାନୀୟଜଳ, ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା, ପୋଲ ଭଳି ମୌଳିକ ସମସ୍ୟାକୁ ନେଇ ଲୋକେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.