csstore

ବାହାର୍‌ଲା ନୂଆଁଖାଇ ଲଗନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାର୍‌ଲା ନୂଆଁଖାଇ ଲଗନ୍‌ । ପରମ୍ପରା ଅନୁସାରେ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ ଅନୁସାରେ ପୂର୍ବତନ ପାଟଣା ଷ୍ଟେଟ୍‌ ତଥା ମହାରାଜାଙ୍କର୍‌ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀ ଆର୍‌ ମା’ ସମଲେଶ୍ୱରୀଙ୍କର ରାଶି ନକ୍ଷତ୍ର ଅନୁସାରେ ଏସୁର୍‌ ଭୁଦୋ ମାସର୍‌ ଉକିଆଁ ପଖ୍‌ ପଞ୍ଚମୀ ତିଥି ସେପ୍‌ଟେମ୍ବର ମାସର ୮ ତାରିଖ ରଏବାର୍‌ ଦିନର ବିଶୁଦ୍ଧ ତୁଳା ଲଗନ୍‌ ଥି ଦିନର୍‌ ୯.୩୫ମି.ରୁ ୧୦ଟା ୭ ମିନିଟ୍‌ ଭିତ୍‌ରେ ସମଗ୍ର ବଲାଙ୍ଗିର ଜିଲ୍ଲା ନେ ନୂଆଁଖାଇ ବିଧି ଅନୁଷ୍ଠିତ ହେବା । ବଲାଙ୍ଗିର ଶୈଳଶ୍ରୀ ପେଲେସ ପାଟଣା ମହାରାଜାଙ୍କର୍‌ ହାଉସ୍‌ ହୋଲ୍‌ଡ଼ ଅଫିସ ତରଫ୍‌ ନୁଁ ଇ ସୂଚନା ଦିଆଯାଇଛେ ।

jayashree
Leave A Reply

Your email address will not be published.