csstore

ସଇଁତଲାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଇଁତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ମଞ୍ଚାସୀନ ହୋଇଥିଲେ । ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିରୀକୃତ କରାଯାଇଛି । ଏହି ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂଗୀତ, ଓଡ଼ିଆ, ଇଂଲିଶ ବକୃତା, ମୌଖିକ ସାଧାରଣ ଜ୍ଞାନ ଇତ୍ୟାଦି ପ୍ରତିଯୋଗିତା ସହ ପ୍ୟାରେଡରେ ଅଂଶଗ୍ରହଣ କରିପାରିବେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି କରିବେ ବୋଲି ସଭାରେ ସିଦ୍ଧାନ୍ତ ନିଆଯାଇଥିବା ବେଳେ ସମ୍ମାନିତ ଅତିଥି ପାଇଁ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯିବ । ଉକ୍ତ ପ୍ୟାରେଡରେ ସର୍ବ ବିବେଚିତ ଦଳକୁ ମୁଖ୍ୟଅତିଥି ପୁରସ୍କୃତ କରାଯିବ । ପରିଶେଷରେ ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି । ଶେଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ସିଡିପିଓ ଗୋଲାପୀ ନାଏକ, ସୁପର୍‌ଭାଇଜର୍‌ ସୀମନ୍ତିନୀ ମଲ୍ଲିକ, ସିଆର୍‌ସିସି ମନୋଜ ସାହୁ, ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର, ସ୍ଵାଗତିକା ଶତପଥି, ଅଗ୍ନିଶମ ବିଭାଗ ସମୀର ସାହୁ, କେନ୍ଧୁଲିପ ବିଭାଗ ହେମ ସାଗର ସାହୁ, ହେମନ୍ତ ଭୋଇ, ପ୍ରଭାତ ସିଂ ଭୋଇ, ବିଜୟ ରଥ, ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ, ହିଜକ୍ଷ ତାଣ୍ଡି, ପ୍ରୀତିସାଗର ମହାନନ୍ଦ, ସାମ୍ବାଦିକ ପ୍ରମୋଦ ସେଲମା, ବିଶାଲ ଅଗ୍ରୱାଲ , ନାରାୟଣ ସାହୁ, ଡୋଳାମଣି ବସ୍ତିଆ, ଉମେଶ ଭୋଇ, ରାକେଶ ସାହୁ, ପ୍ରମୋଦ ବୈଠାରୁଙ୍କ ସହ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ତଥା ବୁଦ୍ଧିଜୀବୀ ଓ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକ ପାଇଁ ବିଭିନ୍ନ ବିଭାଗ ଅଧିକାରୀମାନଙ୍କୁ ଚିଠି ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ଅଧିକାରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଅଗଷ୍ଟ ୧୫ରେ ଟିଟିଲାଗଡ଼ ବିଧାୟକ ପତାକା ଉତ୍ତୋଳନ କରିବାର ସୂଚନା ମିଳିବା ପରେ ପ୍ରସ୍ତୁତି ବୈଠକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.