ବରାହ ଆକ୍ରମଣ‌ରେ ଛେଳି ଚରାଉଥିବା ବୃଦ୍ଧାଙ୍କ ଗୋଡ଼ରେ ପଡ଼ିଲା ୧୭ଟି ଷ୍ଟିଚ: କାମ କରିବାକୁ ଅକ୍ଷମ, ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ କଛାରପାଲି (କନ୍ଧପାଲି)ର ରମ୍ଭା ଭୂଏ ଦେଓଗାଁ ପ୍ରୋଜେକ୍ସ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଠିକ ସମୟରେ ଜଙ୍ଗଲରେ ଥିବା ଏକ ବରାହ ବସାରେ ତାର ଦୁଇଟି ଶାବକକୁ ରଖିଥିବା ବେଳେ ତାର ନିକଟକୁ ଅଜାଣତରେ ଯିବାରୁ ଆକ୍ରମଣ କରିଥିବା ଜଣାପଡ଼ିଛି, ଯାହାଫଳରେ ତାଙ୍କ ଡାହାଣ ଗୋଡ଼ରେ ଗୁରୁତର ଆଘାତ ହୋଇଥିବାରୁ ୧୭ଟି ଷ୍ଟିଚ ହୋଇଥିବା ଜଣାପଡ଼ିଛି। ରମ୍ଭା ଭୂଏ ଓ ତାଙ୍କ ସ୍ବାମୀ ମହାଦେବ ଭୂଏ ଗରିବ ଶ୍ରେଣୀର ହୋଇଥିବାରୁ ଅଘାତ ହେବା ପରେ କାମ କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି । ତେଣୁ ଗରିବ ଆହତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ କନ୍ଧପାଲି ଗ୍ରାମବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.