centurian jitm

ସଂସ୍କୃତି ହ୍ୟାଣ୍ଡଲୁମ୍‌ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦ୍‌ଘାଟିତ

nschool

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖରେ ମ୍ୟୁନିସିପାଲିଟି ମାର୍କେଟ କମ୍ପେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍‌ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍‌ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଏକ ଗ୍ରାମୀଣ ବଜାର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତି କଟନ୍‌ ବୁଟିଶାଢୀ, ଟସର ଶାଢୀ, ଲୁଙ୍ଗି, ଗାମୁଛା, ଧୋତି, ସ୍କାର୍ପ, ଉଲ୍‌ ଚଦର, ସାର୍ଟ କପଡା, ବେଡ୍‌ସିଟ୍‌ ଓ ଡ୍ରେସ୍‌ ମ୍ୟାଟେରିଆଲ୍‌ ସୁଲଭ ଦରରେ ବିକ୍ରୟ କରାଯିବ । ଏତଦ୍‌ ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ପାମ୍ପଡ, ମୁଗଡାଲି, ମସଲା, ଧୂପକାଠି, ଆଚାର, ଫିନାଇଲ୍‌, ମାଟିର ପ୍ରସ୍ତୁତ ଘରସଜା ସାମଗ୍ରୀ (ଟେରା କୋଟା), କାଇଁଚ ତିଆରି ଘର କରଣା ଜିନିଷ, ଝୋଟ ବ୍ୟାଗ୍‌, ତାଳପତ୍ର ପ୍ରସ୍ତୁତ ସାମଗ୍ରୀବିକ୍ରୟ କରାଯିବ । ଏହି ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ ଜିଲ୍ଳାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ସାମଗ୍ରୀ ବିକ୍ରୟ ଦ୍ୱାରା ମହିଳା ଉତ୍ପାଦକ ଗୋଷ୍ଠୀ ବିଶେଷ ଭାବେ ଉପକୃତ ହେବେ । ପୂର୍ବରୁ ଗ୍ରାମାଚଂଳର ଉତ୍ପାଦ କେବଳ ପଲ୍ଲିଶ୍ରୀ ମେଳାରେ ବିକ୍ରୟ ହେଉଥିଲା ଏବେ ଏହା ସହରରେ ଉପଲବ୍ଧ ହେବ । ଜିଲ୍ଳାରେ ଅଧିକରୁ ଅଧିକ ଆଉଟ୍‌ଲେଟ୍‌ ଖୋଲିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାର ସଠିକ୍‌ ପରିଚାଳନା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହା ଏକ ଉତ୍ତମ ପ୍ରୟାସ, ଏହା ଦ୍ୱାରା ଅନ୍ୟ ସ୍ୱୟଂ ସହାୟକ ଦଳ ଓ ଉତ୍ପାଦକ ଗୋଷ୍ଠୀ ପ୍ରେରଣା ପାଇବେ । ଏହି ଉଦ୍‌ ଘାଟନୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଓର୍‌ମାସ ଡେପୁଟୀ ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଅଗ୍ରଣୀ ଜିଲ୍ଲା ମ୍ୟାନେଜର ଶ୍ରୀ ସତୀଶ ପାତ୍ର, ଡି.ଡି.ଏମ୍‌, ନାବାର୍ଡ ବିଶ୍ୱ ଭୁଷଣ ମହାନ୍ତି, ପୈାର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଡି.ପି.ଏମ୍‌, ଓ.ଏଲ୍‌.ଏମ୍‌, ଡି.ପି.ସି, ମିଶନ ଶକ୍ତି ପ୍ରଭାତ କୁମାର ଦାଶ ଏବଂ ସନ୍ତୋଷୀ ହ୍ୟାଣ୍ଡଲୁମ୍‌ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.