oom

ନବନିର୍ବାଚିତ ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଓଡିଶା ଫୁଟବଲ୍‌ ସଂଘ (ଫାଓ)ର ସାଧାରଣ ସଭା ସହ ଆସନ୍ତା ୪ ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ହୋଇଥିଲା । ଡ. ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି ପଦରେ ତୃତୀୟ ଥର ପାଇଁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଆଜି ସେ ବଲାଙ୍ଗିର ପହଞ୍ଚିବା ପରେ ତାଙ୍କୁ ସାଇଟ୍‌ କଲେଜ ତଥା ରାମଜୀ ଯୁବକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ପର୍ବରେ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳୀ ତଥା ରେଫରୀ କପିଳେଶ୍ୱର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସାଇଟ୍‌ କଲେଜର ଇଂଜିନିୟରିଂ ପ୍ରିନ୍‌ସିପାଲ ନମିତା ପଟେଲ, ନର୍ସିଂ ପ୍ରିନ୍‌ସିପାଲ ଲୋପାମୁଦ୍ରା ମିଶ୍ର, ଆଇ. ଟି. ଆଇ ପ୍ରିନ୍‌ସିପାଲ ସଂନ୍ତୋଷ ବ୍ରହ୍ମା, ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥାଇ ଡ. ମିଶ୍ରଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ବିଭିନ୍ନ ବକ୍ତା ଡ. ମିଶ୍ର ନିଜେ ଜଣେ ଦକ୍ଷ ଫୁଟ୍‌ବଲ୍‌ ଖେଳାଳୀ ତଥା ସଂଗଠକ ଥିଲେ ଏବଂ ଦୀର୍ଘ ଦିନ ହେଲା ଓଡିଶାର ଫାଓ ତରଫରୁ ଫୁଟବଲ୍‌ ପ୍ରଶାସକ ଭାବରେ ତାଙ୍କର ସୁନାମ ରହିଛି ବୋଲି ଆଲୋଚନା ହୋଇଥିଲା । ସଭାପତି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଜଣେଇ ଥିଲେ ଯେ, ଡ. ମିଶ୍ର କେବଳ ଫୁଟବଲ୍‌ ନୁହଁ, ସେ ଓଡିଶା ଅଲମ୍ପିକ ଏସୋସିଏସନ୍‌, ଓଡିଶା ଏଥେଲେଟିକ୍‌ ଏସୋସିଏସନ୍‌, ଓଡିଶା ଭଲିବଲ ଏସୋସିଏସନ୍‌, ଓଡିଶା ଖୋ-ଖୋ ଏସୋସିଏସନ୍‌ ଆଦିର ସଦସ୍ୟ ଥିବା ବେଳେ ଓଡିଶା ହକି ଏସୋସିଏସନ୍‌ର ଆଜୀବନ ସଭ୍ୟ ମଧ୍ୟ ଅଛନ୍ତି । ପୁନଶ୍ଚ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଥାଇ କ୍ରୀଡାର ଉନ୍ନତି ପାଇଁ କାର୍ଯ୍ୟରତ ଅଛନ୍ତି । ନିଜ ଗ୍ରାମ ସଦାଇପାଲି ଠାରେ ଦୀର୍ଘ ୫୬ ବର୍ଷ ହେଲା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ କରି ନୂତନ ଖେଳାଳୀ ସୃଷ୍ଟି କରିଆସୁଛନ୍ତି । ତେଣୁ ସଭାରେ ଉପସ୍ଥିତ ସଭ୍ୟ ବୃନ୍ଦ ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ । ଶେଷରେ ଖେଳ ସଂଯୋଜକ ସୁନିଲ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.