ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପିଉ ଗୁହାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୋଟାରୀଆନ୍‌ ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ୩୨୬୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ୍‌ ଅଖିଲ ମିଶ୍ରା ମୁଖ୍ୟଅତିଥି ଓ ଏଜି ରୋଟାରୀଆନ୍‌ ସଞ୍ଜୟ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଦାୟୀ ସଭାପତି ରୋଟାରୀଆନ୍‌ ପୁତୁଲ ରାହୁଲ ଓ ସମ୍ପାଦିକା ରୋଟାରୀଆନ୍‌ ଅର୍ଚ୍ଚନା ମହାନ୍ତି ନବନିର୍ବାଚିତ ସଭାପତି ରୋଟାରୀଆନ୍‌ ପିଉ ଗୁହା ଓ ସମ୍ପାଦିକା ଡ. ସରିତା ମଲ୍ଲଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ବିଦାୟୀ ସଭାପତି ଓ ସମ୍ପାଦିକା ଦ୍ୱୟ ବିଗତ ବର୍ଷର କାର୍ଯ୍ୟକଳାପ ସମ୍ପର୍କରେ ଓ ନୂତନ ନିର୍ବାଚିତ ସଭାପତି ଓ ସମ୍ପାଦିକା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥି ଶ୍ରୀ ପୁରୋହିତ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ରୋଟାରିଆନ୍‌ ମାନଙ୍କ ସାମାଜିକ ଦାୟିତ୍ଵବୋଧ ଓ କର୍ତ୍ତବ୍ୟବୋଧ ପାଇଁ ସମଗ୍ର ବିଶ୍ଵରେ ଜନବିଦିତ ବୋଲି ମତ ରଖିଥିଲେ । ଏହାସହ ସେବା, ସଂଗଠନ, ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ବିଶ୍ୱରୁ ପୋଲିଓ ଲୋପ କରିବାରେ ରୋଟାରୀ କ୍ଲବ୍‌ର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପଦେଷ୍ଟା ପିପି ରୋଟାରୀଆନ୍‌ ଅଞ୍ଜନା ମୈତ୍ର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ରୋଟାରୀଆନ୍‌ ବୀଣାପାଣି ରଥ ଭଜନ ପରିବେଷଣ ଓ ରୋଟାରୀଆନ୍‌ ବିଜୟ ବୈଭବ ରାୟ, ଦୀପ୍ତି ପାତ୍ର ଓ ନୀଲମ ରତ୍ନାକର ଅତିଥିଙ୍କ ପରିଚୟ, ଟୁନି ଦେବୀ ସାହୁ ଉପସ୍ଥିତ ଥିବା ସଦସ୍ୟଙ୍କ ସମ୍ପର୍କରେ ତଥା ଅନୁଷ୍କା ଦତ୍ତ ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଲୋପାମୁଦ୍ରା ସାହୁ, ନିବେଦିତା ମହାନ୍ତି, ନମିତା ଆଚାର୍ଯ୍ୟ ଓ ଅନିତା ନାୟାର ପ୍ରମୁଖ ନୂତନ ସଭ୍ୟ ଯୋଗଦେଇ ରୋଟାରୀ ପିନ୍ ହାସଲ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରୀଆନ୍‌ କୁମାର ବେହେରା, ଲଳିତା ମୁଦୁଲି, ଗୌରୀ ନାଗ, ସଞ୍ଜୟ ମହାନ୍ତି, ରଶ୍ମି ନାୟକ, ପ୍ରତିଭା, ସନ୍ଧ୍ୟା ସାହୁ, ଚମ୍ପା ବତୀ ଅମାତ, ସୁଚିସ୍ମିତା ବିଶ୍ୱାସ, ଅସୀମା, ପ୍ରିତୀ ଅଗ୍ରୱାଲ, ପୁନମ କାପୁର, ପ୍ରଶାନ୍ତି, ନୀଲମ ରତ୍ନାକର, ଦିପ୍ତୀ ପାତ୍ର, ଆଲବେଲା ଡିସୌଜା, ଆଲେକ୍‌ଜାଣ୍ଡାର ଡିସୌଜା, ଦିଲ୍ଲୀପ ଭୋଇ, ବବିତା ମହାନ୍ତି, ନମିତା ମହାପାତ୍ର, ସୁନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବରିଷ୍ଠ ରୋଟାରୀଆନ୍‌ ଏଫ୍ ସି ମହାନ୍ତି, ପ୍ରତାପ ବେହେରାଙ୍କ ସମେତ ସହରର ସମସ୍ତ ରୋଟାରୀ କ୍ଲବ୍‌ର ସଭାପତି ସମ୍ପାଦକ ମାନେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦିକା ଡ. ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.