ଚତୁର୍ଥ ମଲମୁଣ୍ଡା ପ୍ରିମିୟର କ୍ରିକେଟ ଲିଗ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିଶ ଦୀପ ସ୍ମୃତି କମିଟି ଆନୁକୂଲ୍ୟରେ ଆଜି ଚତୁର୍ଥ ମଲମୁଣ୍ଡା ପ୍ରିମିୟର କ୍ରିକେଟ ଲିଗ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିରର ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଓ ବିଜେଡି କାର୍ୟ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଷ୍ଣୁ ପ୍ରସାଦ ପଟେଲ ସଭା ପରିଚାଳନା କରିଥିବା ବେଳେ କମିଟିର ସଭାପତି ବିଘ୍ନରାଜ ପଟେଲ, ସମ୍ପାଦକ ନବଦୀପ ପଟେଲ, ଉପସଭାପତି ନରୋତ୍ତମ ପଟେଲ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ପଟେଲ, ବିଜେଡି ଜିଲ୍ଲା ଉପସଭାପତି ସୁରେଶ ନାଏକ ଓ ଦେବଦତ୍ତ ପଟେଲ ମଞ୍ଚାସୀନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟର ୬ଟି ଦଳର ମାଲିକ ଯଦୁମଣି ପଟେଲ, ବିବେକାନନ୍ଦ ପଟେଲ, ଚିତ୍ତ ରଞ୍ଜନ ପଟେଲ, ରାଜେଶ ପଟେଲ, ଅଜିତ ବିଭାର ଓ ସୁରେଶ ସୁନାଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ମାନିତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.