ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡିଶା ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ସଂଘ । ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରପରିଷଦ ଓ ବିଜ୍ଞାପିତ ପରିଷଦ ଅଂଚଳରେ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ ନାଗରିକ ମାନଙ୍କୁ ସେବା ପ୍ରଦାନ କରୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ, ଏତେ ବର୍ଷ ଧରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ହେଁ ସ୍ଵଚ୍ଛସାଥି ଓ ସୁପରଭାଇଜରକ ମାନେ ସମ୍ପୂର୍ଣ୍ଣ ଭାବରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସ୍ଵଚ୍ଛସାଥି ମାନଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି ସତ କିନ୍ତୁ ସେଥିରେ ଉତ୍କୃଷ୍ଟ କାର୍ଯ୍ୟ ପ୍ରଦର୍ଶନର ସର୍ତ ଲଗାଇଛନ୍ତି । ଦରମା ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ନକରି ୟୁଏଲ୍‌ବି ଅଧୀନରେ ଛାଡ଼ିଦେବା ଫଳରେ ସେମାନେ ସ୍ୱଚ୍ଛସାଥି ଓ ସୁପରଭାଇଜର୍‌ଙ୍କ ଦରମାରେ ୟୁଜର୍‌ ଫିଜ୍‌ ଆଦାୟର ସର୍ତ୍ତ ରଖିଛନ୍ତି । ଏଭଳି ପରିସ୍ଥିତିରେ ନିଜର ମୌଳିକ ଅଧିକାର ଏବଂ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହୋଇଛନ୍ତି । ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ନିଜର ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ତେଣୁକରି ସେମାନେ ଦରମା ବୃଦ୍ଧି ଦାବି କରିବା ସହିତ ଅନ୍ୟାନ୍ୟ ୧୦ଟି ଦାବି ସମ୍ବଳିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ପ୍ରଦାନ କରିଥିଲେ । ଆସନ୍ତା ଜୁଲାଇ ମାସ ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.