ମାୟାବର୍ହା ହାଇସ୍କୁଲରେ ଜୁନିୟର୍‌ ରେଡ୍‌କ୍ରସ୍‌ ୟୁନିଟ୍‌ ଗଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ମାୟାବର୍ହାରେ ୨୦୨୪-୨୫ ଶିକ୍ଷା ବର୍ଷର ସ୍ୱେଚ୍ଛାସେବୀଙ୍କୁ ନେଇ ଜୁନିୟର୍‌ ରେଡ୍‌ କ୍ରସ୍‌ ୟୁନିଟ୍‌ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପରାମର୍ଶଦାତା ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଭବ୍ୟ ସଭାରେ ଗତବର୍ଷ ୨୦୨୩-୨୪ର ବାର୍ଷିକୀ ବିବରଣୀ ପାଠ କରାଯାଇଥିଲା । ପରେ ଚଳିତ ଶିକ୍ଷା ବର୍ଷର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୩୬ ଜଣ ନୂତନ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁନିୟର ରେଡ୍‌କ୍ରସ୍‌ ୟୁନିଟ୍‌ ଗଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଲିପ୍ସା ଯୁଆଡି ଚେୟାର ପର୍ସନ, ପୂଜାରାଣୀ ଦୀପ- ଭାଇସ ଚେୟାର ପର୍ସନ, ଜନନିକା ନାଏକ- ସମ୍ପାଦିକା, ଝରଣା ସାହୁ ଯୁଗ୍ମ ସମ୍ପାଦିକା, ପ୍ରୀତି ଖର୍ସେଲ – କମାଣ୍ଡର, ଅନୁପମା କାଣ୍ଡ -ଭାଇସ କମାଣ୍ଡର, ଅର୍ଚ୍ଚିତା ପଧାନ- ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଗ୍ରୁପ୍‌ ଲିଡ୍‌ର, ସଙ୍ଗୀତା ମାଝୀ -ସାମାଜିକ ସେବା ଗ୍ରୁପ୍‌ ଲିଡର୍‌, ରେଖା ବଗର୍ତ୍ତି -ସଂସ୍କୃତି ଗ୍ରୁପ୍‌ ଲିଡର୍‌, ଅନ୍ତରା ଜାଲ- ପାଣ୍ଠି ସଂଗ୍ରହ ଗ୍ରୁପ୍‌ ଲିଡର୍‌, ସିମି ନାଏକ -ଆନ୍ତର୍ଜାତୀୟ ବନ୍ଧୁତା ଗ୍ରୁପ୍‌ ଲିଡର୍‌ ଭାବେ ମନୋନୀତ ହୋଇଛନ୍ତି । ଏହି ୟୁନିଟ୍‌ର ସ୍ୱେଚ୍ଛାସେବୀ ମାନଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ଜୁନିୟର୍‌ ରେଡ୍‌କ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ପାଦନ କରିବାକୁ ତୃଣମୂଳ ସ୍ତରୀୟ ଯୋଜନା କରାଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ । ୟୁନିଟ୍‌ର ଶୁଭଶ୍ରୀ ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.