csstore

ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂରେ ଭାଗନେଲେ ବଲାଙ୍ଗିରର ୪ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଆରେ ଆସନ୍ତା ଜୁଲାଇ ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ରେ ଯୋଗ ଦେବାକୁ ବଲାଙ୍ଗିର ଜିଲ୍ଲାର ଆମେଚ୍ୟୁର କିକ୍‌ ବକ୍ସିଂ ସଂଘର ୪ ଖେଳାଳି ମନୋନିତ ହୋଇଛନ୍ତି । ବଲାଙ୍ଗିର କିକ୍‌ ବକ୍ସିଂ ସଂଘର ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ୍୍‌ଙ୍କ ତତ୍ତ୍ୱାବଧାନରେ ଖେଳାଳି ନିଳାଞ୍ଚଳ ନାହାକ, ମୁରଲି ମହାକୁର, ହିମାଂଶୁ ରାୟ ଓ ଖ୍ୱାଇସ ବନଛୋର ଜାତୀୟ ସିନିୟର କିକ୍‌ ବକ୍ସିଂ ପାଇଁ ମନୋନିତ ହୋଇଛନ୍ତି । ପ୍ରତିଯୋଗୀମାନେ ସୋମବାର ବଲାଙ୍ଗିରରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଓଡିଶା କିକ୍‌ ବକ୍ସିଂ ସଂଘ ସଭାପତି କାର୍ତ୍ତିକ ଡାକୁଆ, ଜିଲ୍ଲା କିକ୍‌ ବକ୍ସିଂ ସଂଘ ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, ଶେଖର କିକ୍‌ ବକ୍ସିଂ ଏକାଡେମୀ ସଭାପତି ହୃଦୟ ଶବର, ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା ଓ ଚୈତନ ରୋହିଦାସ ପ୍ରମୁଖ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.