csstore

ୟୁଥ୍ ଫର୍ ଭିଲେଜ୍ ପାଇଲା ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ୱେଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା । ରକ୍ତଦାନ, ବୃକ୍ଷରୋପଣ, ଯୁବ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ସମୁଦ୍ର ବେଳାଭୂମି ସଫେଇ, ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଚଙ୍କ ସୁରକ୍ଷା, ସ୍ୱଚ୍ଛତା, ଶିଶୁ ପ୍ରତିଭା ଓ ପରିବେଶ ତଥା ଅସହାୟ ଓ ଅନଗ୍ରସର ଶ୍ରେଣୀର ଲୋକଙ୍କ ଅଧିକାର ପାଇଁ ୨୦୧୨ ମସିହାରୁ ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି । ସଂଗଠନର ଏହିଭଳି କାର୍ଯ୍ୟ ନିମନ୍ତେ ରାଜ୍ୟର ଅଗ୍ରଣୀ ସଂସ୍ଥା ‘ୱି ଫର୍ ୟୁ’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪ରେ ସମ୍ମାନିତ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ଡି. ଦେବହରି ରେଡ୍ଡୀ, ସଭାପତି କୈଳାଶ ଚନ୍ଦ୍ର ସେଠୀ, ପୂର୍ବତନ ସଭାପତି ଚୈତନ୍ୟ ରେଡ୍ଡୀ, ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ, ବାଳକୃଷ୍ଣ ସାହୁ ଓ କୁନି ସ୍ୱେଛାସେବୀ ଡି. ବ୍ରିଶାଙ୍କ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି । ଏହି ସମ୍ବର୍ଦ୍ଧନା ପାଇବା ପରେ ସିଆର୍ପିଏଫ କମାଣ୍ଡଣ୍ଟ ଯୁଗୋଳ କିଶୋର ମହାପାତ୍ର, ଓଡିଶା ସମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଭରୋସା ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ, ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ କ୍ଷେତ୍ରୀୟ ଅଧିକାରୀ ଅମିତ ବେହେରା, ଶିକ୍ଷାବିତ୍ ଭିଗ୍ନରାଜ୍ ଦାସ, ଋଷିକୂଲ୍ୟା ରୟତ ସଂଘ ସଂପାଦକ ସିମାଞ୍ଚଳ ନାହାକ, ସାମାଜିକ କର୍ମୀ ନିରାକାର ବିଷୋୟୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଗ୍ରାମବାସୀ ସଂଗଠନକୁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.