csstore

ବନ ମହୋତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଚାରିଆଡ଼େ ଚାଲିଛି ବନ ମହୋତ୍ସବ । ପରିବେଶକୁ ସବୁଜ ରଙ୍ଗରେ ସୁସଜ୍ଜିତ କରିବା ପାଇଁ ବହୁ ସଂଗଠନ ଏବଂ ସାଧାରଣ ଲୋକେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଠାରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ସେବାଶାନ୍ତି ସଂଗଠନ ଶିବତଲାର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ନବୀନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଭୋଜରାଜ ବେହେରା ଯୋଗଦେଇ ଥିବାବେଳେ, ଶିକ୍ଷକ ହୋଲିଶ୍ୱର ଧରୁଆ, ଗ୍ରାମର ମୁଖିଆ ହେମସାଗର ମାଝି, ସମାଜସେବୀ ବିବେକାନନ୍ଦ ପ୍ରଧାନ, ମିଶନ ଶକ୍ତିର ସ୍ୱାଗତିକା କୁମ୍ଭାର ମଞ୍ଚାସୀନ ହୋଇ ଏସ୍‌. ଏଚ୍‌. ଜି. ମହିଳା ଓ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ଗଛର ଉପକାରୀତା ଓ ତାର ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ । ଗ୍ରାମ ଭିତରେ ଏକ ବିଶାଳ ଶୋଭାଯାତ୍ରା ହୋଇ ଶିବତଲା ପିଲାତିମହୁଲ ରାସ୍ତା ଓ ପଞ୍ଚାୟତ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସଭାଶେଷରେ ସମାଜ ଓ ପ୍ରତିକାର ଖବର କାଗଜ ପ୍ରତିନିଧି ବିବେକାନନ୍ଦ ପ୍ରଧାନ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.