oom

ଚିତ୍ରଶିଳ୍ପୀ ବୀରବର ସାହୁଙ୍କ ୧୦୮ତମ ଜୟନ୍ତୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବରିଷ୍ଠ ଚିତ୍ରଶିଳ୍ପୀ ସ୍ୱର୍ଗତ ବୀରବର ସାହୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ବାସଭବନ ପରିସରରେ ପାଳିତ ହୋଇଯାଇଛି । ବୀରବର ସାହୁ ସ୍ମୁତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡା. ସୂବଳଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ର ମେହେର, ବଳରାମ ପଧାନ, ରୋହିତ ମହାରଣା, ପରମେଶ୍ୱର ମେହେର, କାର୍ତ୍ତିକ ଦୀପ, ଅଜୟ ତ୍ରିପାଠୀ, ଦାମୋଦର ପଣ୍ଡା, ପ୍ରିୟବ୍ରତ ପଟ୍ଟନାୟକ, ପ୍ରଶାନ୍ତ ମାହାଣା, ବାବୁଲା ସାହୁ, ଭୁବନ ଭୋଇ, ମନୋଜ ବେରିହା, ବୁଦ୍ଧଦେବ ସା, ଦୟାଲାଲ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ବୀରବର ବାବୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ବୀରବର ବାବୁଙ୍କ ସରଳ ଜୀବନଶୈଳୀ, ଆଧ୍ୟତ୍ମିକ ଚେତନା, ଅରବିନ୍ଦ ଏବଂ ଶ୍ରୀମାଁଙ୍କ ଚେତନା ପ୍ରଚାର, ଉଦାର ମନୋଭାବ, ଚିତ୍ରକଳାର ଶୈଳୀ, ପ୍ରତି ପ୍ରଗାଢତା, ସହଯୋଗୀ ମନୋଭାବକୁ ନେଇ ଆଲୋଚନା କରିଥିଲେ । ବିଜୟନନ୍ଦ ସାହୁ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.