oom

ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡି ବଣ୍ଟନ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ମାଗଣାରେ ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାର ଦିବ୍ୟାଙ୍ଗଙ୍କ ପାଇଁ କାମ କରୁଥିବା ବରପାଲିର ସୁଇଟ୍ ଏଣ୍ଡ ସ୍ମାଇଲ୍‌ ସଂଗଠନର ମୁଖ୍ୟ ଶ୍ରୀମତୀ ମଞ୍ଜୁଲତା ଦାସଙ୍କ ପ୍ରଚେଷ୍ଟାରେ, ସେହି ସଂଗଠନର ସଭ୍ୟ ଦିବାକର ମାଝିଙ୍କ ତତ୍ତ୍ୱାବଧାନରେ, ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ବ୍ୟାଟେରୀ ଚାଳିତ ଗାଡି ପାଇ ବହୁତ ଖୁସି ଅନୁଭବ କରିଛନ୍ତି । ଆଜି ବଲାଙ୍ଗିର ଠାରେ ଏହି ଗାଡି ପ୍ରଦାନ କରାଯାଇଛି । ନିର୍ତାର ବଲାଙ୍ଗିର ପାୱାର ଅଫ ଦିବ୍ୟାଙ୍ଗ ଗ୍ରୁପ୍‌ରେ ଦିଆଯାଇଥିବା ଗାଇଡ୍‌ ଲାଇନ୍‌ ଅନୁସାରେ ଯେଉଁ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଏଭଳି ଅନେକ ଉପକରଣ ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭାଇ କମଳ ସାହୁ, ସାନ ମେହେରଙ୍କ ସମେତ ଅନେକ ଭାଇ ସହଯୋଗ କରିଥିଲେ । ସେଥିପାଇଁ ଭୁବନେଶ୍ୱର ଏବଂ ବଲାଙ୍ଗିର ନିର୍ତାରର ମୁଖ୍ୟଙ୍କୁ ସୁଇଟ୍ ଏଣ୍ଡ ସ୍ମାଇଲ୍‌ ବରପାଲି ଓ ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ବରଗଡ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.