csstore

ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ୱର୍ଦ୍ଧନା ସଭାରେ ଯୋଗଦେଇ ଓଡ଼ିଆ ଅସ୍ମିତା କଥାକୁ ତାଙ୍କ ମତରେ ଦୋହରାଇଥିବା ବେଳେ ଆଗାମୀ ଦିନରେ ଓଡିଆ ଭାଷାର ଉନ୍ନତି ପାଇଁ ମେଡ଼ିକାଲ୍‌ ସାଇନ୍ସ ପୁସ୍ତକ ଗୁଡିକ ଓଡିଆ ଭାଷାରେ ପ୍ରକାଶିତ ହେବା ପାଇଁ ପ୍ରୟାସ କରାଯିବ ତାହା ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୱତ୍ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା, ସଭାପତି ପୃଥିରାଜ ସାହୁ, ପୂର୍ବ ଛାତ୍ର ସଂସଦ ସଭାପତି ପ୍ରିତେଶ ବହିଦାର, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜିଙ୍କ ସମେତ ଅନ୍ୟ ପରିଚାଳନା ସଭ୍ୟ ବୃନ୍ଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମସ୍ତ ସ୍ୱୟଂସେବକ ଗଣ ଓ ପୂର୍ବତନ ଛାତ୍ର ସଂସଦର ସମସ୍ତ ସଭ୍ୟ ବୃନ୍ଦ ମନ୍ତ୍ରୀ ମହୋଦୟଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.