oom

ପୁରୀ ରଥଯାତ୍ରାରେ ଗଞ୍ଜାମ ଟିମ୍‌ଙ୍କ ସ୍ୱେଚ୍ଛାସେବୀ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଭୂୟସୀ ପ୍ରଶଂସା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷର ଦୁଇଦିନର ରଥଯାତ୍ରାରେ ଦେଖିବାକୁ ମିଳିଥିଲା ଅଗଣିତ ଭକ୍ତଙ୍କର ଭିଡ଼ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରରୁ ଦେଶ ଓ ଦେଶ ବାହାରରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସ୍ଵୀକୃତପ୍ରାପ୍ତ ସ୍ୱେଚ୍ଛାସେବୀ ସେବା ଦଳମାନେ ଅଂଶଗ୍ରହଣ କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ଆସିଥିବା ସ୍ୱେଚ୍ଛାସେବୀ ଟିମ୍‌ଙ୍କ ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନଜର ପଡ଼ିଥିଲା । ନୂତନ ଭାବେ ଅବସ୍ଥାପିତ ହୋଇଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ଜନଗହଳି ପୂର୍ଣ୍ଣ ରଥଯାତ୍ରାର ପରିସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବାବେଳେ ଛତ୍ରପୁର ଟିମ୍‌ଙ୍କ ଉପରେ ନଜର ଲାଖି ହୋଇଥିଲେ ଏବଂ ପରେ ପଚାରି ବୁଝି ସ୍ୱେଚ୍ଛାସେବୀଙ୍କ ତ୍ୟାଗପୂତ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଶ୍ରଦ୍ଧା ହୋଇ ସ୍ୱେଚ୍ଛାସେବୀଙ୍କ ସେବାକୁ ପ୍ରଶଂସା କଲେ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମାନ୍ ଆହୁଜା ଉକ୍ତ ଟିମ୍‌ଙ୍କ ଭୂୟସୀ ପ୍ରଶଂସା କରିଥିଲେ । ସୂଚନା ଥାଉକି, ମୁଖ୍ୟ ଶାସନ ସଚିବ ଶ୍ରୀମାନ୍ ଆହୁଜା ଲକ୍ଷ୍ୟ କରିଥିଲେ ଯେ’ ପୁରୀ ରଥଯାତ୍ରାରେ ବଡ଼ଦାଣ୍ଡରେ ଜନସମୁଦ୍ର ମଧ୍ୟରେ ଭକ୍ତ ଓ ଭଗବାନଙ୍କ ଭାବାବେଗ ଏକ ନିଆରା ଦର୍ଶନ । ଯାହାକି, ପ୍ରବଳ ଗୁଳୁଗୁଳି ଓ ଭିଡ଼ ପାଇଁ ଅନେକ ଭକ୍ତ ଅଣ-ନିଶ୍ୱାସୀ ହୋଇ ବେହୋସ ହୋଇପଡ଼ିଥିଲେ । ସେହିପରି ଭିଡର ଫାଇଦା ଉଠାଇ କିଛି ଅସାମାଜିକ ବ୍ୟକ୍ତି ଅନ୍ୟ ଲୋକଙ୍କର ଜିନିଷପତ୍ର ବି ଚୋରି କରିବାର ଖବର ମିଳିଥିଲା । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ୨୫୦ ଜଣିଆ ସେବା ପ୍ରତିନିଧି ଦଳର ସଦସ୍ୟମାନେ ସବୁ ଜାଗାରେ ସଜାଗ ରହି ଉତ୍କୃଷ୍ଟ ସେବାର ନିଦର୍ଶନ ଦେଖାଇ ପ୍ରଶଂସା ସାଉଁଟିଛନ୍ତି । ସବୁଠୁ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ସନ୍ଧ୍ୟା ସମୟରେ ଯେତେବେଳେ ରଥ ନିକଟରେ ଦଳା ଚକଟା ଘଟିଲା ଓ ଷ୍ଟ୍ରେଚରର ଅଭାବ ରହିଥିଲା ତଥା ଭିଡରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କାଠିକର ପାଠ ଲାଗୁଥିଲା, ଠିକ୍‌ ସେତିକିବେଳେ ସେବା ପ୍ରତିନିଧିର ଦୁର୍ଯ୍ୟୋଧନ ସ୍ୱାଇଁ, ସୁଶାନ୍ତ ଗୌଡ଼, ମାଧବ ସାସମଲ, ମାନସ ନାୟକ ଓ ପ୍ରିୟବ୍ରତ ସାହୁ, ଛତ୍ରପୁର ଏସ୍‌. ଡି. ଜେ.ଏମ୍. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଗୁରୁତର ଆହତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଓ ବିଷମ ପରିସ୍ଥିତିରେ ଫସିଥିବା ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ପରେ ଏହି କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବା ଓଡିଶାର ନୂତନ ଶାସନ ସଚିବ ମନୋଜ ଆହୁଜା ଉକ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହ ଆହୁରି ଉତ୍ତମ ସେବା ଯୋଗାଇବାକୁ ଉତ୍ସାହିତ କରିଥିଲେ । ସେହିପରି ଭିଡରେ ଦୁଇ ଅଲଗା ଅଲଗା ଘଟଣାରେ ନିଜର କାଗଜପତ୍ର ଓ ପଇସା ହଜାଇଥିବା ଦୁଇଜଣଙ୍କୁ ଛତ୍ରପୁରର ନିରାକାର ସାହୁ ଓ ଜଗନ୍ନାଥ ପାତ୍ର ତଥା ରାମଚଣ୍ଡୀ ମନ୍ଦିରରେ କାମ କରୁଥିବା ଉପେନ୍ଦ୍ର ବେହେରା ଓ ଗୋପାଳ କୃଷ୍ଣ ପଣ୍ଡା ଯଥା ସମ୍ଭବ ସାହାଯ୍ୟ କରି ତାଙ୍କର ଟଙ୍କା ପଇସା ଓ କାଗଜପତ୍ର ଥିବା ପର୍ସ ଖୋଜି ଦେବା ସହ ଚୋରକୁ ଧରି ପୋଲିସ ଜିମାରେ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବ ବର୍ଷ ଭଳି ସେବା ପ୍ରତିନିଧିର ସଦସ୍ୟମାନେ ମୁଖ୍ୟ ସଂଗଠକ ତଥା ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ତଥା ଲୋକନାଥ ରୋଡ଼, ପୁରୀ ସ୍ଥିତ ନିଗମାନନ୍ଦ ଆଶ୍ରମ ସହ ମିଳିତ ଭାବେ ରଥଯାତ୍ରାରେ ବିଭିନ୍ନ ସେବା କାର୍ଯ୍ୟ ଯଥା ରଥଯାତ୍ରା ପୂର୍ବରୁ ଭୋର ୪ଟାରେ ବଡ଼ଦାଣ୍ଡ ଝାଡୁ କରିବା, ରଥଯାତ୍ରା ଦିନ ଖାଦ୍ୟ ବାଣ୍ଟିବା, ପାଣି ବାଣ୍ଟିବା, ଷ୍ଟ୍ରେଚରରେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ପହଞ୍ଚାଇବା, ପୋଲିସକୁ ଯଥା ସମ୍ଭବ ସାହାଯ୍ୟ କରିବା ଆଦି କାର୍ଯ୍ୟ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ କଳାକାର ବିକାଶ ମହାରଣା, ଓକିଲ ବିଜୟ ଜେନା, ଲସିତ ବେହେରା, ଅନୁଗୁଳ ସେବା ଦଳର ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, ହଟକିଶୋର ଦେହୁରୀ, ଛତ୍ରପୁରର ଆଇ. ଆର୍‌. ଇ.ରେ କାର୍ଯ୍ୟରତ ଟୁଟୁ ନାୟକ ଓ ମନୋରଞ୍ଜନ ବେହେରା ଓ ଇଞ୍ଜିନିୟର ବିଶ୍ୱଜିତ ପ୍ରଧାନ ଉକ୍ତ ମହତ୍ କାର୍ଯ୍ୟରେ ଯୋଗଦେଇ ପ୍ରସଂଶା ଲାଭ କରିଥିଲେ ।

jittmm
Leave A Reply

Your email address will not be published.