ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ପ୍ରଧାନ ସେବକ କମଳ ସିଂ ମାଝୀଙ୍କ ତତ୍ତ୍ଵାବଧାନରେ ମହୁଲପଡା ସେବାଶ୍ରମ ତଥା ମହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତଥା ଛାତ୍ରଛାତ୍ରୀ ବିଦ୍ୟାଳୟ ପରିବେଶକୁ ସୁରକ୍ଷା ଓ ସୁନ୍ଦର କରିବା ଲକ୍ଷ୍ୟରେ ଅନେକ ବୃକ୍ଷରୋପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଔଷଧୀୟ ଚାରା ସଂଗ୍ରହ କରି ବିଦ୍ୟାଳୟ ହତା ମଧ୍ୟରେ‌ ରୋପଣ କରାଯାଇଥିଲା । ଆମ୍ବ, ସଜନା, ପଣସ, ପିଜୁଳି, ନିମ୍ବ, କାଜୁ, ଅମୃତଭଣ୍ଡା, କଦଳୀ, ନଡିଆ ତଥା ବିଭିନ୍ନ ଆକର୍ଷଣୀୟ ଗଛ ମଧ୍ୟ ରୋପଣ ହୋଇଛି । ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ତଥା ଗଛ ମହତ୍ତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ‘ଶିଶୁ ଟିଏ ଓ ଗଛ ଟିଏ’ ସ୍ଲୋଗାନରେ ଜନସଚେତନତା ସୃଷ୍ଟି କରିବା ସହ ବୃକ୍ଷର ଯତ୍ନ ନେବା ସଂପର୍କରେ ସହକାରୀ ସେବକ ଡିସମ୍ବର ମେହେର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅନ୍ୟାନ୍ୟ ଶିକ୍ଷକ ଜିତେନ୍ଦ୍ର ହଂସ, ଜୋସ୍ନାମୟୀ ଜଗତ, ମହାବୀର ଯୋକ୍ଷୀ, ଧର୍ମୁଧର ହଂସ, ବିନୋଦିନୀ କ୍ଷୋଷୀ, ରାଜେନ୍ଦ୍ର ଜଗତ ସହଯୋଗ କରି ବନ ମହୋତ୍ସବ ସପ୍ତାହକୁ ସଫଳ କରିଥିଲେ ।

Leave A Reply

Your email address will not be published.