jsm

ସଇଁତଲାରେ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜାମପଦର ସ୍ଥିତ ପୋଲିସ କଲୋନୀ ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବ୍ଲକସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପେକ୍ଷୀରେ ମୁଖ୍ୟଅତିଥି ଭାବରେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ଯୋଗଦାନ କରିଥିବା ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) ଜିଲ୍ଲା ସଭାପତି ତଥା ସଂଘ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ସେଲମା ଓ ଫରେଷ୍ଟର ଧର୍ମେନ୍ଦ୍ର ସାଏ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କଲୋନୀ କେମ୍ପସରେ ଲିମ୍ବ, ପଣସ, ବଉଳ, କରଣଞ୍ଜ, ଅଏଲା, ବରଗଛ ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା । ଏହି ସମୟରେ ସଂଘ ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, କୋଷାଧ୍ୟକ୍ଷ ଅଜିତ ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଲକ୍ଷ୍ମୀଧର ସାହୁ, ପୋଲିସ ଷ୍ଟାପ ରେବତୀ ଭାଟି, ବନବିଭାଗ କର୍ମଚାରୀ, ସାମ୍ବାଦିକ ବନ୍ଧୁ ମାନେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.