oom

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମେଡିକାଲ କର୍ମଚାରୀ ସଂଘ, ବଲାଙ୍ଗିର ଶାଖା ତରପରୁ ଅବସର ନେଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭକ୍ତବନ୍ଧୁ ବକୁଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ଏମ୍‌ସିଏଚ୍‌ ପରିସରରେ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ବକୁଳଙ୍କ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ । ସଭାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଶ୍ରୀ ବକୁଳଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ । ଶେଷର ଉପଢୌକନ, ପୋଷକ ଓ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ବକୁଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ ବନଛୋର, ସହ ସମ୍ପାଦକ ନବ କିଶୋର ସାହୁ, ସାଂଗଠାନିକ ସମ୍ପାଦକ ରମେଶ ସେଠ, ସନ୍ଧ୍ୟା ମୁଣ୍ଡା, କୋଷାଧ୍ୟକ୍ଷ ଟିକେଲାଲ ରାଉତ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶିବ ଶଙ୍କର ବଘାର, ତପସ୍ୱିନୀ ଜଟି, ବନବିହାରୀ ସୁନା, ନିମାଇଁ ଚରଣ ପ୍ରଧାନ, ଅଶୋକ କୁମାର ଧଳ, ହିମାଂଚଳ ସେନ୍ଦ୍ରିଆ, ଶତ୍ରୁଘ୍ନ ବାଗ, ଦାମୋଦର ଜାନୀ ଓ ପ୍ରମୋଦିନୀ ସେନ୍ଦ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.