oom

ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି : ପୋଲିସର ତନାଘନା ଜାରି

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଗୌଡ଼ପାଲି ସ୍ଥିତ ମିଶ୍ର ପେଟ୍ରୋଲ ପମ୍ପରେ ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୌଡ଼ପାଲି ଗ୍ରାମରେ ଥିବା ମିଶ୍ର ପେଟ୍ରୋଲ ପମ୍ପ ବନ୍ଦ କରିବା ପରେ ରାତି ୧୧ଟା ସମୟରେ ୨ ଜଣ କର୍ମଚାରୀ ଏବଂ ରାତ୍ର ଜଗୁଆଳି ବାହାରେ ଶୋଇଥିବା ବେଳେ ତିନିଜଣ ଡକାୟତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପର କିଛି ଦୂରରେ ବାଇକ୍‌କୁ ରଖି କର୍ମଚାରୀଙ୍କ ବେକରେ ଭୁଜାଲି ଲଗାଇବା ସହିତ ଭିତରକୁ ଯାଇ ଭୁଜାଲି ସାହାଯ୍ୟରେ ଗ୍ଲାସ ଭାଙ୍ଗି ଡ୍ର ଭିତରେ ଥିବା ୨୦ ହଜାର ଟଙ୍କା ଲୁଟିନେଇଥିଲେ । ଲୁଟେରା ମାନେ ୨୫ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରୁଥିବା ବେଳେ ସେମାନେ ହିନ୍ଦୀ ଭାଷାରେ କଥା ହେଉଥିବା ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ଏନେଇ ଲରମ୍ଭା ଥାନା କେସ ନଂ ୧୪୬/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଲରମ୍ଭା ଥାନା ଅଧିକାରୀ ମନୋଜ ପଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.