ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଦେଲା କୁଳଡିହା ହାତୀ

ନୀଳଗିରି : ପରିସ୍ରା କରିବାକୁ ଆସି ଗଲା ଜୀବନ । ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ । ବିଳମ୍ବିତ ରାତିରେ ହାତୀ ଉପଦ୍ରବ । ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ(୬୧) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଭୋର ସମୟରେ ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ବେଳେ ହଠାତ୍‌ ଏକ କୁଳଡିହା ହାତୀ ତାଙ୍କୁ ପଛପଟୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ପରେ ପରିବାର ଲୋକେ ହାତୀର ଗର୍ଜନ ଶୁଣି ବାହାରକୁ ଆସି ପୁଣ୍ଟିଙ୍କୁ ଅଚେତ ପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.