ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ବେରବୋଇ ଉଚ୍ଚ ବିଦ୍ୟାଳୟ, ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଡେଲାଙ୍ଗର ମହତାବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବ୍ଲକ୍ ପରିସର ମଧ୍ୟରେ ପହଞ୍ଚି ଯୋଗ ଅଭ୍ୟାସ କରିଥିଲେ । ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ଜିପିଇଓ ରତିକାନ୍ତ ସାହୁ, ସିପି ସତ୍ୟପ୍ରିୟ ବେହେରା, ବିଏସ୍‌ଏସ୍ଓ ତପନ ଚନ୍ଦ୍ର ଦାସ ଓ ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଶରୀର ସୁସ୍ଥ ରହିବା, ଯୋଗର ବିଭିନ୍ନ ଆସନ ଓ ଏହାର ଉପକାରିତା ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶାରୀରିକ କ୍ରୀଡା ଶିକ୍ଷକମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.